ରସୁଲପୁର,୧୩/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଂଚାୟତ ବରଜପୁର ଗାଁରେ ଆଜି ସପ୍ତମ ବାର୍ଷିକୀ ବିଶ୍ୱଶାନ୍ତି ମହାଯଜ୍ଞ ଓ ହନୁମାନ ଯଜ୍ଞ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଶତାଧିକ ଭକ୍ତ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ କଳସ ଶୋଭାଯାତ୍ରାରେ ଆସି ଯଜ୍ଞସ୍ଥଳରେ ପହଁଚି ଥିଲେ । ଯଜ୍ଞ ମଣ୍ଡରେ ଯଥାବିଧି ପୂଜା କରାଯାଇ ଘଟ ସ୍ଥାପନ କରାଯାଇଥିଲା । ଏହି ଯଜ୍ଞ ଉତ୍ସବ ତିନି ଦିନ ବ୍ୟାପି ଚାଲୁ ରହିବ । ଉକ୍ତ ଉତ୍ସବରେ ପ୍ରତ୍ୟେହ ସୂର୍ଯ୍ୟପୂଜା, ଗୋ-ପୂଜା, ଗୀତାପାଠ, ହନୁମାନ ଚାଳିଶା ପାଠ, ଗାୟତ୍ରୀ ଯଜ୍ଞ, ବେଦପାଠ ଭଳି ମାଙ୍ଗଳିକ କାର୍ଯ୍ୟ କରାଯାଉଛି । ସଂଧ୍ୟାରେ ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗାଁର ସଂକୀର୍ତ୍ତନ ମଣ୍ଡଳି ଦ୍ୱାରା ସକାଳ ଓ ସଂଧ୍ୟା ସମୟରେ କୀର୍ତ୍ତନ ପରିବେଶଣ କରୁଛନ୍ତି । ଆରତୀ ଉତ୍ସବ ସମୟରେ ଭକ୍ତମାନଙ୍କର ବିଶେଷ ଭିଡ ପରିଲକ୍ଷିତ ହୋଇଛି । ଏହି ସମୟରେ ଗାଁର ପ୍ରତ୍ୟେକ ପରିବାରରେ ଆମିଷ ଦ୍ରବ୍ୟ ନିଷେଧ କରାଯାଇଛି । ପରିବାର ସଦସ୍ୟଗଣ ନିଷ୍ଠାର ସହ ଯଜ୍ଞକୁ ପାଳନ କରୁଛନ୍ତି । ଉକ୍ତ ଯଜ୍ଞ ଉତ୍ସବରେ ଜୟନ୍ତି ପ୍ରଧାନ ଓ ଉପେନ୍ଦ୍ର ପ୍ରଧାନ କର୍ତ୍ତୀକର୍ତ୍ତା ଭାବରେ କାର୍ଯ୍ୟ ପରିଚାଳନା କରୁଛନ୍ତି । ଗ୍ରାମର ଉଦୀୟମାନେ ଯୁବକମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା ପ୍ରଦାନ କରୁଛନ୍ତି ।
ତାଜା ଖବର
- ସ୍ୱାଧୀନତା ଦିବସ ଅବସରରେ ସବଡେଗା ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା
- ମାଇଁ ଭାରତ ଯାଜପୁରପକ୍ଷରୁ ଜିଲ୍ଲାରେ ସ୍ୱଚ୍ଛତା ପଖବାଡ଼ା(SwachhataPakhwada)କାର୍ଯ୍ଯ
- *ଯାଜପୁରରେ ଭାବପୂର୍ଣ୍ଣ ପରିବେଶରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳିତ: ନିରୀହ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ*
- ବରୁଆଁ ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା
- ବ୍ରାହ୍ମଣୀ ଏବଂ ବୈତରଣୀ ନଦୀ ଯାଜପୁର ବୁଡେଇଦବ
- ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ତ୍ରିରଙ୍ଗା ଶୋଭାଯାତ୍ରା ଓ ସାଇବର ସୁରକ୍ଷା ସଚେତନତା
- *ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ*
- ମିନି ମାରାଥନ ଦୌଡ଼ ପ୍ରତିଯୋଗିତା : ୪୦୦ରୁ ଉର୍ଦ୍ଧ ଯୁବକ ଯୁବତୀ ସାମିଲ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ହାଇୱା ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ , ବର୍ଷକ ଶିଶୁ ସଂକଟାପନ୍ନ



