ରସୁଲପୁର,୧୩/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଂଚାୟତ ବରଜପୁର ଗାଁରେ ଆଜି ସପ୍ତମ ବାର୍ଷିକୀ ବିଶ୍ୱଶାନ୍ତି ମହାଯଜ୍ଞ ଓ ହନୁମାନ ଯଜ୍ଞ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଶତାଧିକ ଭକ୍ତ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ କଳସ ଶୋଭାଯାତ୍ରାରେ ଆସି ଯଜ୍ଞସ୍ଥଳରେ ପହଁଚି ଥିଲେ । ଯଜ୍ଞ ମଣ୍ଡରେ ଯଥାବିଧି ପୂଜା କରାଯାଇ ଘଟ ସ୍ଥାପନ କରାଯାଇଥିଲା । ଏହି ଯଜ୍ଞ ଉତ୍ସବ ତିନି ଦିନ ବ୍ୟାପି ଚାଲୁ ରହିବ । ଉକ୍ତ ଉତ୍ସବରେ ପ୍ରତ୍ୟେହ ସୂର୍ଯ୍ୟପୂଜା, ଗୋ-ପୂଜା, ଗୀତାପାଠ, ହନୁମାନ ଚାଳିଶା ପାଠ, ଗାୟତ୍ରୀ ଯଜ୍ଞ, ବେଦପାଠ ଭଳି ମାଙ୍ଗଳିକ କାର୍ଯ୍ୟ କରାଯାଉଛି । ସଂଧ୍ୟାରେ ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗାଁର ସଂକୀର୍ତ୍ତନ ମଣ୍ଡଳି ଦ୍ୱାରା ସକାଳ ଓ ସଂଧ୍ୟା ସମୟରେ କୀର୍ତ୍ତନ ପରିବେଶଣ କରୁଛନ୍ତି । ଆରତୀ ଉତ୍ସବ ସମୟରେ ଭକ୍ତମାନଙ୍କର ବିଶେଷ ଭିଡ ପରିଲକ୍ଷିତ ହୋଇଛି । ଏହି ସମୟରେ ଗାଁର ପ୍ରତ୍ୟେକ ପରିବାରରେ ଆମିଷ ଦ୍ରବ୍ୟ ନିଷେଧ କରାଯାଇଛି । ପରିବାର ସଦସ୍ୟଗଣ ନିଷ୍ଠାର ସହ ଯଜ୍ଞକୁ ପାଳନ କରୁଛନ୍ତି । ଉକ୍ତ ଯଜ୍ଞ ଉତ୍ସବରେ ଜୟନ୍ତି ପ୍ରଧାନ ଓ ଉପେନ୍ଦ୍ର ପ୍ରଧାନ କର୍ତ୍ତୀକର୍ତ୍ତା ଭାବରେ କାର୍ଯ୍ୟ ପରିଚାଳନା କରୁଛନ୍ତି । ଗ୍ରାମର ଉଦୀୟମାନେ ଯୁବକମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା ପ୍ରଦାନ କରୁଛନ୍ତି ।
ତାଜା ଖବର
- ବିପଦସଂକୁଳ ଅବସ୍ଥାରେ ଘୋଘର ବ୍ରିଜ, ୨୨ ବର୍ଷରୁ ଅପେକ୍ଷାରେ
- ଛାତ୍ର ବତ୍ସଳ ଶିକ୍ଷକ ସ୍ଵର୍ଗତ ନିତ୍ୟାନନ୍ଦ ଦାସ ଙ୍କ ସ୍ମୁତି ଚାରଣ ସଭା
- ରାଜ୍ୟ ସଭା ନିର୍ବାଚନ।
- ବିପଦସଂକୁଳ ଅବସ୍ଥାରେ ଘୋଘର ବ୍ରିଜ, ୨୨ ବର୍ଷରୁ ଅପେକ୍ଷାରେ
- ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ
- ଆଦର୍ଶ ଶିକ୍ଷକ ଓ ସମାଜ ସେବୀ, ସୁଧୀର କୁମାର ପାତ୍ର
- ପ୍ରଥମ ବାର୍ଷିକ ଦେବଦତ୍ତ ମେମୋରିଆଲ ଦିବାରାତ୍ର କ୍ରିକେଟ ପ୍ରତିଯୋଗିତା ପାଳିଆ ବିନ୍ଧା
- ଧର୍ମଶାଳାର ବାଲିଲୁଟ ରୋକିବା ନେଇ ସରକାରଙ୍କ ନିର୍ଦ୍ଦେଶକୁ ଖାତିର ନାହିଁ
- ଆସନ୍ତା ମାର୍ଚ୍ଚ ୬ରେ ଯୋଡ଼ାରେ ଅନୁଷ୍ଠିତ ହେବ କଂଗ୍ରେସର ଜିଲ୍ଲାସ୍ତରୀୟ ଜନଅଧିକାର ସମାବେଶ
- ହୋଲିଖେଳ ସାରି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ନାବାଳକର ମୃତ୍ୟୁ,



