ବନ୍ଧଡିହ ପଂଚାୟତରେ ମିନି ମାରାଥନ ଅନୁଷ୍ଟିତ

Spread the love

ଯାଜପୁର ସଦର,୨୦/୧୨/୨୦୧୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତରେ ଭଗତ ସିଂ ଶାରୀରିକ ଏକାଡେମୀ ପକ୍ଷରୁ ଏକ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ସୁବେଦାର ସ୍କାଉଟ ଶିକ୍ଷକ ସୁଶାନ୍ତ ସାହାଣୀଙ୍କ ନେତୃତ୍ୱରେ ଏହି ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ, ମାରୁତିକୃପା ପରିଷଦ ଆନୁକଲ୍ୟରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ମିନି ମାରାଥନକୁ ଶୁଭାରମ୍ଭ କରିଥିଲେ । ଯାଜପୁର ଜିଲ୍ଲାର ଏବଂ ଜିଲ୍ଲା ବାହାରୁ ୫୫ଜଣ ପ୍ରତିଯୋଗୀ ଏହି ମିନି ମାରାଥନରେ ଭାଗ ନେଇଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ମିନି ମାରାଥନ ବାହାରି ଅରାବଳ, ନାଳକୂଳ, ବ୍ରହ୍ମବରଦ ବାଟ ଦେଇ ବନ୍ଧଡିହ ମାରୁତି କୃପାପରିଷଦ ମନ୍ଧିର ପରିଶରରେ ପହଁଞ୍ôଚଥିଲା । ଏହି ମାରାଥନରେ ରାଜେନ୍ଦ୍ର ଜେନା ପ୍ରଥମ ସ୍ଥାନ, ବିଶ୍ୱଜିତ ପରିଡ଼ି ଦ୍ୱିତୀୟ ସ୍ଥାନ, ଜଗବନ୍ଧୁ ସେଠି ତୃତୀୟ ସ୍ଥାନ ଅଧିକାର କରିଥିଲେ । ମାରୁତିକୃପା ପରିଶଦ ତରଫରୁ କର୍ମକର୍ତ୍ତା ମାନଙ୍କୁ ନେଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପୁରଷ୍କାର ଉତ୍ସବରେ ଅଶୋକ କୁମାର ବରରାଳଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିଲା । ସମ୍ମାନୀୟ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ବିଶ୍ୱନାଥ ସ୍ୱାଇଁ ଯୋଗଦେଇଥିବା ବେଳେ, ପୂର୍ବତନ ସରପଂଚ ବିଜୟ ଜେନା, ସାମ୍ବାଦିକ ଶଙ୍କର୍ଷଣ ସେଠୀ ଯୋଗଦେଇଥିଲେ । ମୁଖ୍ୟ ଅତିଥି କୃତିତ୍ୱ ଅର୍ଜ୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ବିତରଣ କରିଥିଲେ । ଏହି ପଂଚାୟତରେ ମାରାଥନ ଦୌଡ଼ ଅନୁଷ୍ଟିତ ହୋଇଥିବାରୂ ଅତିଥି ଗଣ ଉଚ୍ଚ ପ୍ରଶଂସା କରିବା ସହିତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅର୍ଜ୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ନଗଦ ଅର୍ଥ ରାଶି ସହିତ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ୭ଜଣ ପ୍ରତିଯୋଗୀଙ୍କୁ ଅତିଥି ମେଡାଲ ପ୍ରଦାନ କରିବା ସହିତ ଏକାଡେମୀର ସଦସ୍ୟ ପ୍ରଶ୍ନଜିତ ବେହେରା, ଗଣେଶ୍ୱର ବେହେରା, ଶ୍ୟାମସୁନ୍ଦର ସେଠୀ, ଆର୍ଶୀପାଦ ପାଢ଼ୀ ପ୍ରମୁଖ ସଭ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସାହାଯ୍ୟ ସହଯୋଗ କରିଥିଲେ ।

Related Posts

About The Author

Add Comment