ବାରିପଦା ୨/୯/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):-ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଶ୍ରୀହରିବଳଦେବ ଜୀଉଙ୍କ ନିକଟରେ ଇନ୍ଦ୍ର ଉତ୍ସବ ପାଳନ ହୋଇ ପାରିନି ପ୍ରଶାସନିକ ଅବହେଳା ଯୋଗୁ ୫ଶହ ବର୍ଷର ଏହି ପରମ୍ପରା ଭାଙ୍ଗିଛି। ଶନିବାର ରାତିରୁ ମନ୍ଦିର ପାଖ ରଥ ଖଳାରେ ସମସ୍ତ ବିଧ୍ୟ ଆରମ୍ଭ ହେବାକୁ ଥିବା ବେଳେ ପ୍ରଶାସନ କୌଣସି ବ୍ୟବସ୍ଥା କରି ନ ଥିଲା। ଫଳରେ ପରମ୍ପରା ବନ୍ଦ ହେବା ନେଇ ମନ୍ଦିର ପୂଜକୁ, ସେବାୟତ ଓ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପରମ୍ପରା ଅନୁଯାୟୀ, ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିରର ଇନ୍ଦ୍ର ଉତ୍ସବ ପାଳନ ପାଇଁ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ପୂର୍ବବର୍ଷ ଭଳି ଶେଷ ହୋଇଥିଲା । ଏହି ଦିନ ବାରିପଦା ଅଧ୍ୟଷ୍ଠାତ୍ରୀ ଦେବୀ ମା’ଅମ୍ବିକାଙ୍କ ଖଣ୍ଡା, ରାଧାମୋହନ ମନ୍ଦିରର ଚଳନ୍ତି ପ୍ରତିମା ଏବଂ ଜଗନ୍ନାଥ ମନ୍ଦିରରୁ ସୁଦର୍ଶନଙ୍କ ପ୍ରତିମା ଆସି ରଥ ଖଳାରେ ପହଞ୍ଚିବା ପରେ ଇନ୍ଦ୍ର ଦେବତାଙ୍କୁ ପୂଜା କରାଯାଇଥାଏ । ଏହି ପୂଜା କଲେ ଭଲ ବର୍ଷା, ଭଲ ଫସଲ ଉପୁଜାଇବା ସହ ରୋଗ ଏବଂ ବିପଦ ଦୂର ହୁଏ ବୋଲି ବିଶ୍ବାସ ରହିଛି। ପ୍ରଶାସନ ପକ୍ଷରୁ କୌଣସି ଆଲୋଚନା କିମ୍ବା ନୋଟିସ୍ ଦିଆ ନ ଯାଇ ପରମ୍ପରାକୁ ବନ୍ଦ କରାଯାଇଥିବାରୁ ମନ୍ଦିର ପୂଜକ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ହରିବଳଦେବଜୀଉଙ୍କ ବ୍ରହ୍ମା ମହେଶ୍ବର ଦ୍ବିବେଦୀ କୁହନ୍ତି, ଇନ୍ଦ୍ରଙ୍କ ଧୂଜା ପୂଜା ୭ଦିନ ଧରି ହୋଇଥାଏ । ଦଶମୀରେ ଅସ ପରେ ଏକାଦଶୀ ଦିନ ଏହି ପୂଜା ସମ୍ପନ୍ନ ହୋଇଥାଏ । ଜଗନ୍ନାଥ ମନ୍ଦିରର ପୂଜକ କାମେଶ୍ଵର ତ୍ରିପାଠୀ କୁହନ୍ତି, ହରିପୁରଗଡ଼ ଏବଂ ବାରିପଦାରେ ଥିବା ଭଞ୍ଜ ବଂଶର ରାଜା ରାଜୁଡ଼ା ଅମଳରୁ ଏହି ପୂଜା ଚାଲିଆସୁଛି । ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ଏହା ସମ୍ପନ୍ନ କରାଯାଉଥିବା ବେଳେ ଅଦ୍ୟାବଧେ ଏହି ପୂଜାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସାମାଜିକ ଦୂରତାକୁ ଦୃଷ୍ଟିରେ ରଖ୍ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଉଥିଲେ ହେଁ ପ୍ରଶାସନିକ ଅଧିକାରୀ ଏଥିପ୍ରତି ଅଣଦେଖା କରିବାରୁ ଭଞ୍ଜମାଟିରେ ୫ଶହ ବର୍ଷର ପରମ୍ପରା ଭାଙ୍ଗିଛି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲାପାଳ ସମରଜିତ କରଙ୍କୁ ପରିବାରୁ ଏନେଇ ସେ କିଛି ପ୍ରତିକ୍ରିୟାଦେଇ ପାରିବେ ନାହିଁ ବୋଲି କହିଥିଲେ ।
ବନ୍ଦ ହେଲା ୫ଶହ ବର୍ଷର ପରମ୍ପରା
|
September 2, 2020 |