ରାଉରକେଲା, ୧୧/୦୧/୨୦ (ସନ୍ଧାନ ନିଉଜ/ଏସ ନାୟକ) : ଦକ୍ଷିଣ ରାଉରକେଲା ବାଲିଯୋଡ଼ି ସ୍ଥିତ ଫକୀର ମୋହନ ନୋଡ଼ାଲ ବିଦ୍ୟାପୀଠର ୩୫ତମ ବାର୍ଷିକ ଉସôବ ଆଜି ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତମ ନାଗରିକ ଭାବେ ନିଜ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ରୁପୀ ମନ୍ଦିରରେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏଡ଼ିଇଓ ସୁନ୍ଦରଗଡ଼ ରାଜଶ୍ରୀ ପଟ୍ଟନାୟକ ଓ ଅଂଚଳର ଜଣାଶୁଣା ଡାକ୍ତର ତଥା ଶିକ୍ଷାବିତ ଫକୀର ଚରଣ ହୋତା, ମୁଖ୍ୟବକ୍ତା ଭାବେ ବିଶ୍ରା ଏବିଇଓ କିଶୋର ଚନ୍ଦ୍ର ଦାଶ ପ୍ରମୁଖ ମଂଚାଶୀନ ଥିଲେ । ବିଦ୍ୟାଳୟର ଶିକ୍ଷକ ଦିଲ୍ଳୀପ କୁମାର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦେବେନ୍ଦ୍ର କୁମାର ସାହୁ ସଭା ପରିଚାଳନା କରିବା ସହ ବାର୍ଷକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସଂଧ୍ୟାରାଣୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷିକ. କର୍ମଚାରୀ ଓ ଅଭିଭାବକ ମାନେ ବାର୍ଷିକ ଉସôବରେ ସାମିଲ ହୋଇଥିଲେ ।
ଫକୀର ମୋହନ ନୋଡ଼ାଲ ବିଦ୍ୟାପୀଠର ବାର୍ଷିକୋସôବ
|
January 11, 2020 |



