ପ୍ରବାସୀଙ୍କ ଫେରିବା ପାଇଁ ‘ଆଧାର’ ନୁହେଁ ବାଧ୍ୟତାମୂଳକ

Spread the love
ଭୁବନେଶ୍ୱର, ୧୫/୦୫/୨୦ (ସନ୍ଧାନ ନିଉଜ) : ପ୍ରବାସୀ ଓଡ଼ିଆ ନିଜ ରାଜ୍ୟକୁ ଫେରିବା ପୂର୍ବରୁ କରୁଥିବା ପଞ୍ଜୀକରଣ ପାଇଁ ପରିଚୟପତ୍ର ଭାବେ କେବଳ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ। ଆଧାରକାର୍ଡ ସହିତ ଅନ୍ୟ ପରିଚୟପତ୍ରକୁ ମଧ୍ୟ ପଞ୍ଜୀକରଣ ପାଇଁ ବ୍ୟବହାର କରିହେଉଛି। ରାଜ୍ୟ ସରକାର ଏଥିପାଇଁ ଥିବା ପୋର୍ଟାଲରେ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି। ପ୍ରବାସୀଙ୍କ ପଞ୍ଜୀକରଣ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ବ୍ୟବସ୍ଥାକୁ ଚାଲେଞ୍ଜ କରି ଦାୟର ମାମଲାର ଶୁଣାଣି ସମୟରେ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ସତ୍ୟପାଠ ଦାଖଲ କରାଯାଇଥିଲା। ଆଧାରକାର୍ଡ ସହିତ ଅନ୍ୟ ପରିଚୟପତ୍ରଗୁଡିକୁ ମଧ୍ୟ ପଞ୍ଜୀକରଣ ପାଇଁ ଗ୍ରହଣ କରାଯାଉଛି ଓ ରାଜ୍ୟ ସରକାରଙ୍କ ଏ ସଂପର୍କିତ ୱେବସାଇଟରେ ଏହି ତଥ୍ୟ ଉପଲବ୍ଧ ବୋଲି ୱର୍କସ୍ ବିଭାଗ ଅତିରିକ୍ତ ସଚିବଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରିଫିକ୍ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ସତ୍ୟପାଠକୁ ଗ୍ରହଣ କରି ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Related Posts

About The Author

Add Comment