ପ୍ରକୃତିର ତାଣ୍ଡବ: ଚାଷୀଙ୍କ ଜୀବନ ନେଲା ତାଳଗଛ, ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀଙ୍କ ବିଷପାନ

Spread the love

ବଡ଼ଚଣା/୦୨/୦୫/(ସନ୍ଧାନ ନ୍ୟୁଜ ) କାଳବୈଶାଖୀର କରାଳ ରୂପ ଏକ ହସୁଥିବା ସଂସାରକୁ ଛାରଖାର କରିଦେଇଛି। ଘୂର୍ଣ୍ଣିଝଡ଼ରେ ଗଛ ପଡ଼ି ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ, ସ୍ୱାମୀଙ୍କ ବିୟୋଗ ସହି ନପାରି ସ୍ତ୍ରୀ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡ଼ବାଲିକୁଦା ପଞ୍ଚାୟତରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ବାଙ୍କ ବିହାରୀ ଜେନାଙ୍କ ୩୫ ବର୍ଷୀୟ ପୁଅ ଅଜିତ ଜେନା ନିଜ ପୋଟଳ କିଆରୀରେ ଔଷଧ ସିଞ୍ଚନ କରୁଥିଲେ। ସେହି ସମୟରେ ହଠାତ୍ ପ୍ରବଳ ଘୂର୍ଣ୍ଣିଝଡ଼ ଆସିବାରୁ ସେ ନିଜ ବାଇକ୍ ରଖିଥିବା ଏକ ତାଳଗଛ ମୂଳରେ ଆଶ୍ରୟ ନେଇଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ତାଳଗଛଟି ତାଙ୍କ ଉପରେ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ସ୍ୱାମୀଙ୍କ ଅକାଳ ମୃତ୍ୟୁ ଖବର ଶୁଣିବା ପରେ ସ୍ତ୍ରୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ଅତ୍ୟଧିକ ମାନସିକ ଚାପରେ ବିଷ ପିଇ ଦେଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ (SCB) କୁ ସ୍ଥାନାନ୍ତର କରିଛନ୍ତି।

​ଅସହାୟ ୩ ବର୍ଷର ଶିଶୁ ପୁତ୍ର:

​ଏହି ଦୁଃଖଦ ଘଟଣା ପରେ ଅଜିତଙ୍କ ୩ ବର୍ଷର ଶିଶୁ ପୁତ୍ରଟି ଏବେ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛି। ପରିବାରରେ ଏହି ଶୋକାକୁଳ ପରିବେଶକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଗଭୀର ଦୁଃଖ ପ୍ରକାଶ ପାଇଛି।

Related Posts

About The Author

Add Comment