ପୋଲିସ ଓ ଏପିଏଫ ବିବାଦ , ପୂର୍ବତନ ଥାନା ଅଧିକାରୀ ନାମରେ ମାମଲା ରୁଜୁ

Spread the love
  • 15
  •  
  •  
  •  
  •  
    15
    Shares
ଯାଜପୁର, ୧୪ /୩ (ସନ୍ଧାନ ନିୟୁଜ/ଇତିଶ୍ରୀ ଦାସ ) ଯାଜପୁର ଜିଲ୍ଲା ଅନ୍ତର୍ଗତ ପାଣିକୋଇଲି ଟୋଲ୍ ଗେଟ୍ ରେ କାର୍ଯ୍ୟରତ ଜଣେ OAPF-94 କନେଷ୍ଟବଳ ରବୀନ୍ଦ୍ର ପୂର୍ତ୍ତୀଙ୍କୁ ଜାତିଆଣ ଆକ୍ଷେପ କରି ଅଶ୍ରାବ୍ୟ ଭାଷା ସହ ଗାଳିଗୁଲଜ ଏବଂ ମାଡ ମାରିବାକୁ ଉଦ୍ୟମ କରିଥିବା ଯାଜପୁର ରୋଡ୍ ଆଦର୍ଶ ଥାନାର ପୂର୍ବତନ ଅଧିକାରୀ ଅମିତାଭ ମହାପାତ୍ରଙ୍କୁ ମହଙ୍ଗା ପଡିଛି । ଅଭିଯୋଗକାରୀ ରବୀନ୍ଦ୍ର ପୂର୍ତ୍ତୀ ପାଣିକୋଇଲି ଥାନା ରେ ବାରମ୍ବାର ଅଭିଯୋଗ ଏବଂ ଶେଷରେ ହାଇକୋର୍ଟଙ୍କ ଦ୍ବାରସ୍ଥ ପରେ ଅଭିଯୁକ୍ତ ଆଦର୍ଶ ଥାନା ଅଧିକାରୀ ମହାପାତ୍ର ନାଁ ରେ ପାଣିକୋଇଲି ଥାନାରେ ଆଇପିସି ୨୯୪,୩୫୩ ଏବଂ ଏସ୍ସି ଏସ୍ଟି ଆକ୍ଟର ଧାରା ୩ ରେ ଏକ ମାମଲା ( ନଂ ୩୬/୨୦୧୯ ) ଗତ ୪ ତାରିଖରେ ପଞ୍ଜୀକୃତ ହେବାପରେ ତାହା ଯାଜପୁର ସ୍ବତନ୍ତ୍ର କୋର୍ଟ ର ସ୍ପେସିଆଲ୍ ଜିଆର୍ ୭/୨୦୧୯ ରେ ପଞ୍ଜିକୃତ ହୋଇଥିବା ଜଣା ପଡିଛି । ତେବେ ପାଣିକୋଇଲି ପୋଲିସ୍ ଏ ଘଟଣାକୁ ଲୁଚାଇବାକୁ ଯାଇ ଏଯାଏ କୌଣସି ମାମଲା ରୁଜୁ ହୋଇନାହିଁ ବରଂ ଆଗକୁ ମାମଲା ରୁଜୁ ହେବ ବୋଲି କହିଛି ।ନିଜ ସହକର୍ମୀ ଅମିତାଭ ମହାପାତ୍ରଙ୍କୁ ବଞ୍ଚାଇବାକୁ ଯାଇ ପାଣିକୋଇଲି ଥାନା ଅଧିକାରୀ ଅଜୟ ଜେନା ମିଛ କହୁଥିବାର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ।
ଜଣେ ଦଳିତ ବର୍ଗର OAPF ରବୀନ୍ଦ୍ର ପୂର୍ତ୍ତୀ ପାଣିକୋଇଲି ଟୋଲ୍ ଗେଟ୍ ରେ ଗଚ ୨୪ ଅକ୍ଟୋବର ସନ୍ଧ୍ୟା ସମୟରେ କାର୍ଯ୍ୟରତ ଅବସ୍ଥାରେ ତତ୍କାଳୀନ ଆଦର୍ଶ ଥାନା ଯାଜପୁର ରୋଡ୍ ର ଆଦର୍ଶ ଥାନା ଅଧିକାରୀ ଅମିତାଭ ମହାପାତ୍ର ଅତ୍ୟନ୍ତ କଦର୍ଯ୍ୟ ଭାଷାରେ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିବା ସହ ମାଡ ମାରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଉକ୍ତ ଘଟଣାକୁ ରବୀନ୍ଦ୍ର ପୂର୍ତ୍ତୀ ବାରମ୍ବାର ଯାଜପୁର ପୋଲିସ୍ ଆରକ୍ଷୀ ଅଧିକ୍ଷକ ଏବଂ ପାଣିକୋଇଲି ପୋଲିସ୍ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ଏତଲା ରୂପେ ପଞ୍ଜିକୃତ କରାଇ ନ ଥିଲେ ବରଂ କଳିଙ୍ଗନଗର ରୁ ଦୁଇ ଯୁବ ନେତା ରବୀନ୍ଦ୍ର କୁମାର ଦାସ୍ ଏବଂ ପ୍ରତାପ ଜେନାଙ୍କୁ ପୋଲିସ୍ ର ଏ ବିବାଦୀୟ ଭିଡିଓ ଭାଇରାଲ୍ ଅଭିଯୋଗ ରେ ସେମାନଙ୍କୁ ଗିରଫ୍ କରାଯାଇ ସେମାନଙ୍କ କାର୍ଯ୍ୟସ୍ଥଳୀରୁ ସାମୟିକ ବିରାମ ଦିଆ ଯାଇଥିବାର ଅଭିଯୋଗ ହେଇଥିଲା । ଏହାପରେ ଗତ୧୩/୦୧/ ୨୦୧୯ ରେ ରବୀନ୍ଦ୍ର ପୂର୍ତ୍ତୀ ସିଆରଏଲଏମପି ୯୦/୨୦୧୯ ମାଧ୍ୟମରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଇଥିଲେ । ଉକ୍ତ ସ୍ପର୍ଶକାତର ଘଟଣାକୁ ତୁରନ୍ତ ବିଚାର କରି ମାନ୍ୟବର ହାଇକୋର୍ଟ ଆଦର୍ଶ ଅଭିଯୁକ୍ତ ଅମିତାଭ ମହାପାତ୍ର ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଅଭିଯୋଗକାରୀ ରବୀନ୍ଦ୍ର ପୂର୍ତ୍ତୀ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପତ୍ର ସହ ନିଜ ର ଏକ ଅଭିଯୋଗ ଗତ ୨୬.୨.୨୦୧୯ ଏକ ରେଜିଷ୍ଟ୍ରି ଚିଠି ମାଧ୍ୟମରେ ପାଣିକୋଇଲି ଥାନାକୁ ଜଣାଇଥିଲେ ମାତ୍ର ଥାନା ଅଧିକାରୀ ଅଜୟ ଜେନା ଏହାକୁ ଗ୍ରହଣ କରିବାକୁ ମନା କରି ଗତ ୨୮.୨.୨୦୧୯ ରେ ଫେରସ୍ତ କରି ଦେଇଥିଲେ ଏବଂ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ରବୀନ୍ଦ୍ର ପୂର୍ତ୍ତୀଙ୍କୁ ୪୧ ଧାରାରେ ନୋଟିସ୍ କରାଯାଇ ଗତ ୯.୩.୨୦୧୯ ରେ ଥାନା ରେ ହାଜର ପାଇଁ ନୋଟିସ୍ କରାଯାଇଥିଲା । ଥାନା ଭିତରେ ତାଙ୍କୁ ସକାଳ ୧୦ରୁ ରାତି ୧୧ ଯାଏ ମାନସିକ ନିର୍ଯ୍ୟାତନା ସହ ସାଧା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା ।
ପୋଲିସ୍ ର ଏ ଅମାନବୀୟ କାର୍ଯ୍ୟଶୈଳୀ ଉପରେ ପାଣିକୋଇଲି ଥାନାକୁ ଯୋଗାଯୋଗ କରାଯିବାରୁ ଥାନା ଅଧିକାରୀ ଅଜୟ ଜେନା ଏ ଘଟଣା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଅମିତାଭ ମହାପାତ୍ର ଙ୍କ ବିରୁଦ୍ଧରେ କୌଣସି FIR ହୋଇନାହିଁ ।ଏ ନେଇ ତଦନ୍ତ ଚାଲିଛି, ତଦନ୍ତ ସରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହି ପ୍ରସଙ୍ଗ ଏଡାଇ ଯାଇଛନ୍ତି ।
  • 15
    Shares

Related Posts

About The Author

Add Comment