ଜଗତସିଂହପୁର, ୪/୧/୨୦ (ସନ୍ଧାନ ନିଉଜ) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତେରତାଙ୍ଗ ଅଲିକଣା ଛକରେ ଘଟିଛି ଗୁଳିକାଣ୍ଡ । ଗୁଳିକାଣ୍ଡରେ ବାଲିକୁଦା ବାଲିସାହିର ଦେବରାଜ ବିଶ୍ବାଳ ଗୁରୁତର ହୋଇଛନ୍ତି । ଦେବରାଜଙ୍କ ବାମ ଗୋଡ଼ ଜଙ୍ଘରେ ଗୋଟିଏ ଗୁଳି ବାଜିଛି ।