ସୁନ୍ଦରଗଡ ତା:୧୩/୮/୨୦୨୬(ସନ୍ଧାନ ନ୍ୟୁଜ)ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ୍ ଅନ୍ତର୍ଗତ ସବଡେଗା ପଞ୍ଚାୟତ ମନ୍ଦନା ବାହାଲ ଗ୍ରାମରେ ଦେଖିବାକୁ ମିଳିଛି “ବିକଶିତ ଗାଁ ବିକଶିତ ଓଡ଼ିଶା”ର। ପ୍ରକୃତ ବିକାଶ ର ଚିତ୍ର । ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ରେ ମନ୍ଦନା ବାହାଲ ଗ୍ରାମର ଖାଲଖୋ ଘର ଠାରୁ ମୁଖ୍ୟ ଡି.ଆର. ଡି.ଏ ପର୍ଯ୍ୟନ୍ତ କଂକ୍ରୀଟ ରାସ୍ତା ତିଆରି ପାଇଁ ବ୍ୟୟ ବରାତ କରାଯାଇଥିଲା । ହେଲେ ତିନି ରୁ ଛଅ ମାସ ମଧ୍ୟରେ ତାହା ଲୋକଙ୍କ ଦୁର୍ଘଟଣା ର କେନ୍ଦ୍ରବିନ୍ଦୁ ପାଲଟିଛି । ସ୍କୁଲ ଛାତ୍ର ଛାତ୍ରୀ ଅନେକ ସମୟରେ ସାଇକେଲ ରେ ଦୁର୍ଘଟଣା ହେଉଥିବା ସୂଚନା ରହିଛି ।ତା ସହିତ କାର୍ଯ୍ୟ ଫଲକ ଵିଲରେ ଭାଙ୍ଗି ପଡି ବିକଶିତ ଗାଁ ର ଗାଥା କହୁଛି । ତିନି ରୁ ଛଅ ମାସ ଭିତରେ ଏଭଲି ରାସ୍ତାର ଅବସ୍ଥା ହେବା ବିକାଶ ନାଁ ରେ ହରିଲୁଟ ହେଉଥିବା ଚର୍ଚ୍ଚା ହେଉଛି । ଅଞ୍ଚଳ ର ବିଭାଗୀୟ କତୃପକ୍ଷ ସହିତ ସମ୍ପୃକ୍ତ ଠିକାଦାର ର ମଧୁଚନ୍ଦ୍ରିକା ଗାଁ ର ବିକାଶ ପଥକୁ ନିଜ ପକେଟ୍ ରେ ରଖୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ରାସ୍ତାରେ ତିଆରି ପାଇଁ ନିମ୍ନମାନର ଜିନିଷ ବ୍ୟବହାର କରି ବିଭାଗୀୟ ଜେଇ କାର୍ଯ୍ୟ କରାଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସବଡେଗା ପଞ୍ଚାୟତ ରେ ଏଭଳି ପ୍ରତ୍ୟେକ ଗାଁ ବିକାଶ କାର୍ଯ୍ୟରେ ଆସୁଥିବା ଟଙ୍କାର ଅପ ବ୍ୟବହାର ହେଉଥିବା ଅଭିଯୋଗ ହେଉଥିବା ଜଣା ପଡୁଛି । ଏଭଳି କାର୍ଯ୍ୟ କରି ବ୍ଲକ ଜେଇ ତଥା ଠିକାଦାର ମାଲେମାଲ୍ ହେଉଥିବା ବେଳେ ଗରିବ ଲୋକଙ୍କ ଟିକସ ଟଙ୍କା ଅପବ୍ୟୟ ହେବା ପ୍ରଶାସନ ପାଇଁ ଏକ ବଡ ପ୍ରଶ୍ନ ? ଏଥିରେ ସ୍ଥାନୀୟ ବିଧାୟକ ତଥା ସ୍ଥାନୀୟ ବ୍ଲକ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ପଦା ରେ ପଡ଼ିଲା “ବିକଶିତ ଗାଁ ବିକଶିତ ଓଡ଼ିଶା”ବିଭାଗୀୟ ଯନ୍ତ୍ରୀ ଙ୍କ ଚାଲିଛି ପତିଆରା
|
August 13, 2026 |



