ଯାଜପୁର, ୨୯/୦୫ (ସନ୍ଧାନ ନିଉଜ) ପଙ୍ଗପାଳ ଆକ୍ରମଣରୁ ଫସଲକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଏବଂ ଓୟୁଏଟିର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚାଷୀମାନଙ୍କ କୃଷି ପରାମର୍ଶ ଦିଆଯାଇଛି।*
*
୫ ପ୍ରତିଶତରୁ ଅଧିକ ନିମ୍ବ ମଞ୍ଜିର ଦ୍ରବଣକୁ ଏକର ପ୍ରତି ୨୦୦ ଲିଟର ହିସାବରେ ଫସଲ ଉପରେ ଉପରବେଳା ସିଞ୍ଚନ କରନ୍ତୁା*
*
୩୦୦ ପିପିଏମ୍ର ନିମ୍ବ ଆଧାରିତ କୀଟନାଶକକୁ ଏକର ପ୍ରତି ୧ ଲିଟର ହିସାବରେ ୨୦୦ ଲିଟର ପାଣିରେ ମିଶାଇ ଉପରବେଳା ସିଞ୍ଚନ କରନ୍ତୁ।*
*
ପଙ୍ଗପାଳ ଦଳ ଯଦି ଆପଣଙ୍କ ଫସଲ କିଆରୀରେ ପହଞ୍ଚି ଯାଇଛନ୍ତି ତାହାଲେ ଟିଣକୁ କଣ୍ଟାଯୁକ୍ତ ଡାଳରେ ପିଟି ଘଉଡ଼ାଇବାକୁ ଚେଷ୍ଟା କରନ୍ତୁ। ଶବ୍ଦ ଶୁଣିଲେ ସେମାନେ ଦୁରେଇ ଯାନ୍ତି*
*
ସନ୍ଧ୍ୟା ସମୟରେ ପଙ୍ଗପାଳ ବସିଥିବା ବଡ଼ ବଡ଼ ଗଛ ଡାଳ ତଳେ ବଡ଼ବଡ଼ ପଲିଥିନ୍ ପକାନ୍ତୁ। ଗଛକୁ ଜୋର୍ରେ ହଲାନ୍ତୁ, ପଙ୍ଗପାଳ ସେହି ପଲିଥିନରେ ଖସିପଡ଼ିବେ। ପଲିଥିନରେ ସେମାନଙ୍କୁ ଗୁଡ଼ାଇ କିରୋସିନ ମିଶ୍ରିତ ପାଣିରେ ବୁଡ଼ାଇ ମାରି ଦିଅନ୍ତୁ।*
*
ପଙ୍ଗପାଳ ଆକ୍ରମଣ କରିଥିବା ଫସଲ ଉପରେ ନିମ୍ବ ଆଧାରିତ କୀଟନାଶକ ସିଞ୍ଚନ କରନ୍ତୁ। କିମ୍ବା ଏକର ପ୍ରତି ୪୦୦ ମି.ଲି. ପ୍ରୋଫେନଫସ୍ ୫୦ ଇ ସିକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।*



