ଗଞ୍ଜାମ, ୩୧/୧୨ (ସନ୍ଧାନ ନିୟୁଜ) ପ୍ରେମ କରି ବିବାହ ପରେ ପ୍ରେମିକା କୁ ପ୍ରତାରଣା ଦେଲା ପ୍ରେମିକ l ନ୍ୟାୟ ପାଇଁ ଶାଶୁ ଘର ବାରଣ୍ଡା ରେ ତିନି ଦିନ ଧରି ପଡିରହିଛନ୍ତି ନବବିବାହିତା l ଏହି ଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଜବକୁଦ ଫାନ୍ଦି ରାମକୃଷ୍ଣ ପୁର ଗ୍ରାମରେ l ଗତ 3-10-2018 ତାରିଖ ଦିନ ରାମକୃଷ୍ଣ ପୁର ଗ୍ରାମର ନନ୍ଦ କିଶୋର ଭୋଇ ଙ୍କ ପୁଅ ନରେନ୍ଦ୍ର କୁମାର ଭୋଇଙ୍କୁ ସେହି ଗ୍ରାମର ମନୁ କାଣ୍ଡି ଙ୍କ ଝିଅ ନିର୍ମଳା କାଣ୍ଡି ପ୍ରେମ ବିବାହ କରିଥିଲେ କୁଳିଆ ମଠରେ l ତେବେ ସେହି ଦିନଠାରୁ ସ୍ଵାମୀ ନରେନ୍ଦ୍ର ଓରଫ ଜଗା ପତ୍ନୀ ନିର୍ମଳ କୁ ଧରି ସାଲେପୁର ଠାରେ ଭଡ଼ା ଘରେ ରହିଲେ l ତେବେ ନରେନ୍ଦ୍ର ଭଉଣୀ ବାହାଘର କହି ଘରକୁ ଆସିଥିଲେ l ହେଲେ ନିର୍ମଳl ନରେନ୍ଦ୍ର କୁ ଫୋନ କରିଥିଲେ ସୁଦ୍ଧା ଫୋନ୍ ଉଠାଉ ନଥିଲେ ନରେନ୍ଦ୍ର l ଏପରିକି ମଝିରେ ମଝିରେ ମୋବାଇଲ୍ ସୁଇଚ୍ ଅଫ୍ କରି ଦିଅନ୍ତି l ଏନେଇ ବାଧ୍ୟ ହୋଇ ଚଳିତ ମାସ 26 ତାରିଖ ଦିନ ନିର୍ମଳା ନରେନ୍ଦ୍ର ଙ୍କ ଘର କୁ ଆସନ୍ତି ସେଠୀ ଶାଶୁ ଘର ଲୋକେ ଘର ଭିତରେ ନ୍ ପୁରାଇ ଦାଣ୍ଡ କବାଟରେ ତାଲା ପକାଇ ଦେଇଥିଲେ l ତେବେ ତିନି ଦିନ ଧରି କିଛି ନଖାଇ ହାଡ଼ ଭଙ୍ଗା ଶୀତରେ ଶାଶୁ ଘର ବାରଣ୍ଡା ରେ ନ୍ୟାୟ ପାଇଁ ପଡିରହିଛନ୍ତି ନିର୍ମଳା l ତେବେ ଘଟଣା ସ୍ଥଳରେ ପହଂଚିଛି ପୁଲିସ ନାଁ ସରପଞ୍ଚ ନା ପ୍ରଶାସନ l କିଏ ଦବ ଏହି ନବ ବିବାହିତା ଙ୍କୁ ନ୍ୟାୟ l ଏପଟେ ନ୍ୟାୟ ଆଶାରେ ନିର୍ମଳା l
ନ୍ୟାୟ ପାଇଁ ଶାଶୁ ଘର ବାରଣ୍ଡା ରେ ତିନି ଦିନ ଧରି ଧାରଣା
|
December 31, 2018 |