ଯାଜପୁର ସଦର, ୦୪ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ନାରାୟଣ ଚନ୍ଦ୍ର ଦାସ ଓ ଅବନ୍ତି ଦାସଙ୍କ କନିଷ୍ଠ ପୁତ୍ର ଭଗତ ଚନ୍ଦ୍ର ଦାସ ଏକ ନିଆରା ଚିନ୍ତାଧାରାରେ ବିବାହ କରିଛନ୍ତି । ଜଣେ ଜ୍ୱାଇଁର ଭୂମିକା ଶ୍ୱଶୁର ଘର ପ୍ରତି ଅତି ନଗଣ୍ୟ ହୋଇଥିବା ବେଳେ, ବରକୁ ସାଧାରଣତଃ ରୋଷଣୀରେ ନିଆଯାଇ ବିବାହ ସମ୍ପର୍ଣ୍ଣ କରାଯାଉଥିବା ବେଳେ ଏଠି କିନ୍ତୁ ତାଙ୍କ ଚିନ୍ତାଧାରାରେ ଜଣେ ବହୁ ତାର ଶାଶୁ ଘର ପାଇଁ ତାର ସମସ୍ତ ସୁଖ ଦୁଃଖର ସମର୍ପଣତାକୁ ବିଚାର କରାଯାଇ ତଥା ଜଣେ ବହୁର ଭୂମିକା ତାର ଶାଶୁ ଘର ପ୍ରତି କେତେ ଗୁରତ୍ୱପୁର୍ଣ୍ଣ ତାହା ଅନୁଭବ କରାଯାଇଛି । ତାଙ୍କର ଏହି ନିଆରା ଚିନ୍ତାଧାରାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦଶରଥପୁର ଗ୍ରାମ ନିବାସୀ ବାବୁରାମ ଦାସ ଓ ପ୍ରତିମା ଦାସଙ୍କ କନିଷ୍ଠ କନ୍ୟାରôତ ମହେଶ୍ୱତା(କୁନୀ)ଙ୍କୁ ବାଜା, ବାଣ ରୋଷଣୀରେ ଅତି ଆଡ଼ମ୍ବରରେ ସହକାରେ ଅଣାଯାଇ ତାଙ୍କ ସହ ବିବାହ କରାଯାଇଅଛି । ଏଠି ନାଁ ଅଛି ବେଦୀ, ନାଁ ଅଛି ମଣ୍ଡପ, ନାଁ ଅଛି ସାଧାରଣ ଲୋକମାନଙ୍କ ପାଇଁ କିଛି ଅବୁଝା ମନ୍ତ୍ର । ତାଙ୍କ ଚିନ୍ତାଧାରରେ କିଛି ଟଙ୍କା ଦେଇ ବର କନ୍ୟାଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବା ପାଇଁ ତଥା ଜଣେ ସାଧାରଣ ମଣିଷ ପାଇଁ କିଛି ଅବୁଝା ଭାଷାର ମନ୍ତ୍ରରେ ଆର୍ଶିବାଦ କିଣିବା ପରିବର୍ତ୍ତେ ସେ ତାଙ୍କ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ବିନା ମୂଲ୍ୟରେ ଆତ୍ମୀୟ ମାନଙ୍କ ହୃଦୟ ଭାଷାର ମନ୍ତ୍ରରେ ହୃଦୟ ଭରା ଆର୍ଶିବାଦରେ ସାମ୍ବିଧାନିକ ରିତୀ ନିତୀରେ ବିବାହ କରିଛନ୍ତି । ସୃଷ୍ଟିର ୯ମ ଅବତାରୀ ଭଗବାନ ବୁଦ୍ଧ ଦେବ, ଯୁଗସ୍ରଷ୍ଠା ଡ. ଆମ୍ବେଦକର ଓ ଆତ୍ମୀୟ ସହୋଦର ମାନଙ୍କୁ ସାକ୍ଷୀ ମାନି ସେ ଏହି ବିବାହ କରିଅଛନ୍ତି । ଏହି ମଙ୍ଗଳ ପରିଣୟ କାର୍ଯ୍ୟକ୍ରମ ବିଶ୍ୱ ମାନବତାବାଦୀ ସୃଷ୍ଟିର ୯ମ ଅବତାରୀ ଭଗବାନ ବୁଦ୍ଧ ଦେବଙ୍କ ବୌଦ୍ଧ ସଂସ୍କୃତି ଅନୁସାରେ ଆଦରଣୀୟ ଧର୍ମଚାରୀ ଜୟନ୍ତ ନାଗବଂଶୀ ଓ ଆତ୍ମୀୟ ସହୋଦର ମାନଙ୍କ ଦ୍ୱାରା ସମ୍ପର୍ଣ୍ଣ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୂଳନିବାସୀ ସମତା ପରିଷଦର ରାଜ୍ୟ ସଂଯୋଜକ ଧିମାନ ଅଭୀରାମ ମଲ୍ଲିକ ଏବଂ ବିଭିନ୍ନ ଜିଲ୍ଲାରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ କରି ଉକ୍ତ ମଙ୍ଗଳ ପରିଣୟ ଓ ଭଗତ ଚନ୍ଦ୍ର ଦାସଙ୍କ ଉକ୍ତ ନିଆରା ଚିନ୍ତାଧାରକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ମଙ୍ଗଳ ପରିଣୟ ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ ଯୋଗଦେଇ ଏହି ନିଆରା ମଙ୍ଗଳ ପରିଣୟକୁ ଉଚ୍ଚ ପ୍ରଶଂସା କରିଥିଲେ । ବିଭିନ୍ନ ମହଲରୁ ସାମ୍ବାଦିକ ବନ୍ଧୁମାନେ ଯୋଗଦେଇ ଏହି ନିଆରା ଚିନ୍ତାଧାରା ନୂତନ ବର୍ଷରେ ଯୁବପିଢ଼ି ମାନଙ୍କ ପାଇଁ ଏକ ନିଆରା ଭେଟି ବୋଲି କହିଥିଲେ । ଏହି ନିଆରା ଚିନ୍ତାଧାରାର ବ୍ୟକ୍ତି ଭଗତ ଚନ୍ଦ୍ର ଦାସଙ୍କୁ ଏ ବିଷୟରେ ପଚାରିବାରୁ ସେ କୁହନ୍ତି ଯେ, ସାମଜରେ ଭାଇଚାରା ତଥା ସମାଜରେ ଅନ୍ୟମାନଙ୍କ ପ୍ରତି ଲୋକମାନଙ୍କର ଭୂମିକାର ଗୁରୁତ୍ୱତାକୁ ସୁଦୃଢ଼ୀ କରଣ କରିବା ପାଇଁ ତାଙ୍କର ଏ ପ୍ରୟାସ ।
ନିଆରା ଚିନ୍ତାଧାରାରେ ନୂତନ ବର୍ଷରେ ନିଆରା ମଙ୍ଗଳ ପରିଣୟ
|
January 4, 2023 |



