ମୋରଡ଼ା,୨୧/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ମୋରଡ଼ା ଷ୍ଟାଡିୟମ୍ ନିକଟସ୍ଥ ପଡ଼ି ଆରୁ ଆଜି ସକାଳେ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇ ସ୍ଥାନୀୟ ମୋରଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଅଣାଯାଇଥିଲା। ଖବର ଅନୁଯାୟୀ ମୋରଡ଼ା ଗ୍ରାମର ହେମନ୍ତ ମୁଖ୍ୟ ନାମକ ଜଣେ ବ୍ୟକ୍ତି ଶୌଚ ପାଇଁ ମୋରଡ଼ା ଷ୍ଟାଡିୟମ ପଛପଟ ପଡ଼ିଆକୁ ଯାଇଥିଲେ । ହଠାତ୍ ଜଣେ ପିଲାର କାନ୍ଦର ଶୁଣି ପାଖକୁ ଯାଇ ନବଜାତ ଶିଶୁ ପୁତ୍ରକୁ ଦେଖୁଥିଲେ । ସଙ୍ଗେ ସଙ୍ଗେ ଘରକୁ ଆସି ତାଙ୍କ ମା’କୁ ଡାକିନେଇ ପିଲାଟିକୁ ଉଦ୍ଧାର କରି ଘରକୁ ଆଣିଥିଲେ । ସ୍ଥାନୀୟ ଅଙ୍ଗନବାଡ଼ି ଦିଦିଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ପରେ ସ୍ଥାନୀୟ ଆଶାଦିଦିଙ୍କ ସହାୟତାରେ ପିଲାଟିକୁ ମୋରଡ଼ା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ପିଲାଟିର ନାଭିନାଡ଼ା ମଧ୍ୟ ଲାଗି ଲାଗିରହିଥିଲା । ତେବେ ପିଲାଟି ରାତି ସାରା ଥଣ୍ଡାରେ ପଡ଼ିଥିବାରୁ ସାମାନ୍ୟ ଅସୁସ୍ଥ ଥିବା ମୋରଡ଼ା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ଖବରପାଇ ମୋରଡ଼ା ଥାନା ଆଇଆଇସି କୁନି ବେଶ୍ରା ମୋରଡ଼ା ଡାକ୍ତରଖାନାକୁ ପହଞ୍ଚି ଶିଶୁପୁତ୍ରର ଅଧ୍ୟକ ଚିକିତ୍ସା ପାଇଁ ପିଆରଏମ୍ ମେଡ଼ିକାଲ କଲେଜକୁ ପଠାଇବା ସହିତ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଜଣାଇଛନ୍ତି ।
ନବଜାତ ଶିଶୁପୁତ୍ର ଉଦ୍ଧାର
|
December 21, 2020 |