ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

Spread the love

ବାରିପଦା,୦୧/୦୯/୨୦(ସନ୍ଧାନନିଉଜ): ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍ ଅନ୍ତର୍ଗତ ଚତୁରାଞ୍ଜଳି ପଞ୍ଚାୟତ ତଳଙ୍ଗା ଗ୍ରାମର ଶୁକଦେବ ନାୟକଙ୍କ ପୁଅ କାଳୀଚରଣ ନାୟକ (୪୦) କଣ୍ଟାଖଇରୀ ନଦୀରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି ଗତକାଲି ଲଗାଣ ବର୍ଷା ଯୋଗୁ ନଦୀରେ ଉଛୁଳା ପାଣି ଥିଲା ଫଳରେ କାଳୀଚରଣ ଗାଧୋଇବା ବେଳେ ନିଜ ଉପରୁ ଆୟତ୍ତ ହରାଇ ବୁଡ଼ିଯାଇଥିଲେ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରି ପାଇ ନଥିଲେ ତେବେ ଆଜି ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି କାଳୀଚରଣଙ୍କ ଶବ ଉଦ୍ଧାର କରିଛନ୍ତି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନା ପଠାଇଥିବା ବେଳେ ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Related Posts

About The Author

Add Comment