ନଡ଼ିଆ ଚାଷ:ଚକ୍ରାକାର ଧଳାମାଛିର ପରିଚାଳନା

Spread the love

୨୨/୧୨/୨୦୨୦(ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା): କ୍ଷତିର ଲକ୍ଷଣ: ଛୋଟ ଏବଂ ବୟଷ୍ଣ ଧଳା ମାଛି ନଡ଼ିଆ ପତ୍ରର କୋମଳ ଅଂଶରୁ ରସ ଶୋଷି ଖାଇଥାନ୍ତି । ନଡ଼ିଆ ଗଛରୁ ଜଳ ଓ ପୋଷକତତ୍ତ୍ବ ଶୋଷି ଖାଇବା ଦ୍ୱାରା, ଉଭିଦ ଉପରେ ଚାପ ସୃଷ୍ଟି ହୁଏ । ଅତ୍ୟଧିକ ରସ ଶୋଷି ଖାଇବା ଦ୍ବାରା, ଗଛ ଉପରେ ଏମାନେ ମଧୁ ଶିଶିର‌ତ୍ୟାଗ କରନ୍ତି । ପତ୍ର ଡାହିରେ ଏବଂ କୋମଳ ପଇଡ ଉପରେ ଥିବା ଚକ୍ରାକାର ଆକାରର ସଜାଇଥିବା ଅଣ୍ଡା, ଏହି ପୋକର ଭୟଙ୍କର ଆକ୍ରମଣକୁ ଦର୍ଶାଏ । ମଧୁ ଶିଶିର ମିଠା ଏବଂ ପାଣିଆ ହୋଇଥିବାରୁ, ପିମ୍ପୁଡ଼ିମାନେ ଏହାପ୍ରତି ଆକର୍ଷିତ ହୋଇ ଆସିଥାନ୍ତି ଏବଂ ଏହା ଉପରେ କଳା ରଙ୍ଗର କବକମାଡ଼ିଯାଏ । ଯାହାକି ପତ୍ରରେ ବିକୃତି ସୃଷ୍ଟି କରେ ଓ ଏହାର ଖାଦ୍ୟ ପ୍ରକ୍ରିୟା କାର୍ଯ୍ୟକଳାପ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ପରିଚାଳନା:କଳା ରଙ୍ଗର କବକୁ ବାହାର କରିବା ପାଇଁ ୧ ଶତକଡ଼ା ଷ୍ଟାର ଦ୍ରବଣ ପତ୍ରରେ ପ୍ରୟୋଗ କରନ୍ତୁ । ବୟଷ୍ଟ ଧଳା ମାଛିକୁ ନଡ଼ିଆ କାଣ୍ଡରେ ଏବଂ ଭିତର ପୃଷ୍ଠରେ ହଳଦିଆ ଯନ୍ତା । ଯନ୍ତ୍ର ଫାଶ ଲଗାନ୍ତୁ । ପରଜୀବୀ (ଏନକାରସିଆ ସ୍ବାଡେଲୋପେୟି )ର ସଂଖ୍ୟାକୁ ଅଭିବର୍ତ୍ତନ କରନ୍ତୁ । ଗମ୍ଭିର ପରିସ୍ଥିତିରେ ନିମ୍ବ ତେଲ ୦.୫ ଶତକଡ଼ା ବ୍ୟବହାର କରନ୍ତୁ । ଜୈବିକ ପ୍ରଣାଳୀରେ ନିୟନ୍ତ୍ରଣ କରିବା ପ୍ରକ୍ରିୟାକୁ ଉତ୍ସାହନ ଦେବା ପାଇଁ କିଛି ରାସାୟନିକ କୀଟନାଶକ ପ୍ରଥମେ ବ୍ୟବହାର କରନ୍ତୁ ନାହିଁ । କଳା ରଙ୍ଗର କବକ ଖାଉଥିବା ଗୋବର ପୋକ (ଲିଓକ୍ରାଇନସ୍ ନିଲଗିରିଆନସ୍)ର ବାସସ୍ଥାନ ସଂରକ୍ଷଣ କରନ୍ତୁ । ଏହି କୀଟ ପ୍ରଥମେ ବାଦ୍ୟ ଭଣ୍ଡାକୁ ଆକ୍ରମଣ କରେ, ତାପରେ ଭିତର ଭଣ୍ଡାକୁ ଗତି କରେ କିନ୍ତୁ ଅପରିପକ୍ ଭଣ୍ଡାଗୁଡ଼ିକ ସଂକ୍ରମିତ ହୁଏ ନାହିଁ ।ଫୁବେଣ୍ଡିଆମାଇଡ ୪୮୦ ଏସ୍.ସି.କୁ ୫ମି.ଲି. କିମ୍ବା ଇମାମେକ୍ସିନ୍ ବେନଜୋଏଟ ୫ଏସ୍.ଜି. ୫ମି.ଲି. କିମ୍ବା ସିନୋସାଡ୍ ୪୫ ଏସ୍.ସି. ୫ମି.ଲି.କୁ ୧୦ ଲିଟର ପାଣିରେ ମିଶାଇ ଦିଅନ୍ତୁ ।

Related Posts

About The Author

Add Comment