ରାଉରକେଲା,୨୩/୧୦/୨୦ (ସନ୍ଧାନ ନିଉଜ) : ଆଜି ରାଉରକେଲା ଅନ୍ତର୍ଗତ ଫର୍ଟିଲାଇଜର ଟାଉନସିପରେ ଏକ ଅଜଗର ସାପ ଉଦ୍ଧାର ହୋଇଛି ।ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ସକାଳ ସମୟରେ ସ୍ଥାନୀୟ ଅଂଚଳର ଲୋକମାନେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ସାରନଗରୀ ମା’ ମଙ୍ଗଳା ଛକ ନିକଟ ରାସ୍ତା କଡ଼ରେ ଏକ ଅଜଗର ସାପ ଶୋଇ ରହିଥିବା ଦେଖିବାକୁ ପାଇଥିଲେ । ସାପଟିର ଲମ୍ବ ପ୍ରାୟ ୬ଫୁଟ ହେବ । ଏହାପରେ ଏ ସମ୍ପର୍କରେ ସାପ ଧରାଳୀ ସାମାଜିକ କର୍ମୀ ଦେବାନନ୍ଦ ବେହେରାଙ୍କୁ ସୂଚନା ଦିଆଯିବା ପରେ ଶ୍ରୀ ବେହେରା ତୁରନ୍ତ ଘଟଣାସ୍ଥଳରେ ପହଂଚି ଅଜଗର ସାପକୁ ଉଦ୍ଧାର କରିଥିଲେ । ସାପଟିକୁ ଧରି ବନବିଭାଗକୁ ହସ୍ତାନ୍ତର କରିବା ପରେ ଏହାକୁ ନିକଟ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ସାପ ଦେଖିବାକୁ ଅଂଚଳଟି ଲୋକାରଣ୍ୟ ହୋଇ ଉଠିଥିଲା ।
ଧରାହେଲା ଅଜଗର ସାପ
|
October 23, 2020 |
