ଡିକିଭାଙ୍ଗିି ଲକ୍ଷାଧିକ ଟଙ୍କା ଲୁଟ୍

Spread the love

ଧର୍ମଶାଳା ,୧୨/୯ (ସନ୍ଧାନ ନିଉଜ) ଧର୍ମଶାଳା ଥାନା ଅନ୍ତର୍ଗତ ବଡମଙ୍ଗଳପୁର (ନାଉପାଳ)ଗାଁର ଜନୈକ ଗାଡିରୁ ବୁଧବାର ଏକ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ନାଉପାଳ ଗାଁର ଇଂ କ୍ଷୀତିଶ ଚନ୍ଦ୍ର ମହାନ୍ତି ବାରବାଟୀ ୟୁକୋ ବ୍ୟାଙ୍କ୍ରୁ ଟଙ୍କା ଉଠାଇ ନିଜ ସ୍କୁଟିରେ ଟଙ୍କା ରଖି ଘରକୁ ଆସି ଘର ସମ୍ମୁଖରେ ଗାଡି ରଖି ଖାଉଥିଲେ । ଖାଇ ସାରିବା ପରେ ଆସି ଦେଖନ୍ତିତ ସ୍କୁଟି ଡିକି ଖୋଲା ହୋଇ ସମସ୍ତ ଟଙ୍କା ଲୁଟ୍ ହୋଇଯଇଛି । ବ୍ୟାଙ୍କ୍ରୁ ଟଙ୍କା ଉଠାଇ ଘରକୁ ଆସିବା ସମୟରେ ତାଙ୍କୁ କେହି ଲୁଟେରା ପିଛା କରୁଥିବା ସୂଚନା ଦେଇଛନ୍ତି । ଏନେଇ କ୍ଷୀତିଶ ଧର୍ମଶାଳା ପୁଲିସ ନିକଟରେ ଟଙ୍କାଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ।

 

Related Posts

About The Author

Add Comment