ଚାନ୍ଦବାଲି ଏନଏସି ପ୍ରଶାସନର ଅଜବ ଆଇନ, ରାତି ୮ଟା ପରେ ସ୍ଵର୍ଗଦ୍ଵାରରେ ହୋଇପାରିବନି ଶବଦାହ

Spread the love
  •  
  •  
  •  
  •  
  •  

ଭଦ୍ରକ ୧୯/୦୭ (ସନ୍ଧାନ ନ୍ୟୁଜ୍)-:ଚାନ୍ଦବାଲି ଏନଏସି ପ୍ରଶାସନର ଅଜବ ଆଇନ। ଚାନ୍ଦବାଲି ସ୍ଵର୍ଗଦ୍ଵାରରେ ରାତି ୮ଟା ପରେ ଶବ ଦାହ ଉପରେ ଲାଗିଛି ରୋକ। ଯାହାକୁ ନେଇ ସ୍ଥାନୀୟ ବାସୀନ୍ଦା ପ୍ରତିବାଦ କରିଛନ୍ତି।

ସୂଚନାନୁଯାୟୀ, ଚାନ୍ଦବାଲି ସହରରେ ମା’ କାଳୀ ମନ୍ଦିର ନିକଟରେ ଥିବା ସ୍ଵର୍ଗଦାରକୁ ଚାନ୍ଦବାଲି ଏନଏସି ପ୍ରଶାସନ ପରିଚାଳନା କରୁଛି। ତେବେ ଏନଏସି ପ୍ରଶାସନ ଏବେ ସ୍ଵର୍ଗଦ୍ଵାର ଉପରେ ଚଳାଇଛି ମନମୁଖୀ ଶାସନ। ସ୍ଵର୍ଗଦ୍ଵାର ପାଇଁ ଅଜବ ଆଇନ ପ୍ରସ୍ତୁତି କରି ସୂଚନା ଫଳକ ଲଗାଯାଇଛି ଚାନ୍ଦବାଲି ଏନଏସି। ଏହି ସୂଚନା ଫଳକରେ ସକାଳ ୯ଟାରୁ ରାତି ୮ଟା ଯାଏଁ ଶବଦାହ ପାଇଁ ଉଲ୍ଲେଖ ରହିଛି। ଏହା ସହ ସ୍ଵର୍ଗଦ୍ଵାର ରକ୍ଷକଙ୍କର ମୋବାଇଲ ନମ୍ବର ମଧ୍ୟ ଦିଆଯାଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ରାତି ୮ଟା ପରେ ମୃତ ଲୋକଙ୍କର ଶବଦାହ ହେବ କେଉଁଠାରେ। ରାତିରେ ଶବ ରଖି ସକାଳେ ଶବ ଦାହ କରିବାର ପରମ୍ପରା ନଥିବାରୁ ଆକ୍ରୋଶ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ଏନଏସି ପ୍ରଶାସନର ଏ ଅଜବ ଆଇନକୁ ଖୋଲାଖୋଲି ଭାବେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସୀନ୍ଦା।

Related Posts

About The Author

Add Comment