ଯାଜପୁର, ୧୦/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ଚାଟଶାଳିରେ ଛୋଟ ଛୋଟ ପିଲାମାନଙ୍କୁ ନେଇ ପାଠ ପଢ଼ାଉଥିବା ଏହି ଗ୍ରାମର ନନ୍ଦ କିଶୋର ପୃଷ୍ଟି ବିନା ପାରିଶ୍ରମିକରେ ପିଲାମାନଙ୍କୁ ପାଠ ପଢ଼ାଉଥିବା ବେଳେ, ୧୦୪ ବର୍ଷରେ ପଦାର୍ପଣ କରିଥିବା ଏହି ମହାନ ବ୍ୟକ୍ତିତ୍ୱ ଥିବା ନନ୍ଦ ସାରଙ୍କର ପିଲାମାନଙ୍କ ପ୍ରତି ସ୍ନହ ଶ୍ରଦ୍ଧା ଭରି ରହିଥିବା ବେଳେ, ଆରମ୍ଭ କରନ୍ତି ନିଜ ଗ୍ରାମରେ ଏକ ଚାଟଶାଳି । ଛୋଟ ଛୋଟ ପିଲାମାନଙ୍କ ପାଠ ପଢ଼ାଇବା ସହିତ ବେଶ ଆନନ୍ଦ ପାଆନ୍ତି । ଏହି ମହାନ ବ୍ୟକ୍ତି ଯାହାକି ଯାଜପୁର ଜିଲ୍ଲାରେ ବିଭିନ୍ନ ଅନୁଷ୍ଟାନ ପକ୍ଷରୁ ନନ୍ଦ ସାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ଚାଟଶାଳିରୁ ରାଜଭବନ ଡକରା ଆସିବା ଯାଜପୁର ଜିଲ୍ଲାରେ ଖୁସିର ଲହରି ଖେଳିଯାଇଚି । ରାଜ ଭବନରୁ ଡକରା ପାଇ ଯାଜପୁରରୁ ଟ୍ରେନ ଯୋଗେ ନନ୍ଦ ସାର ଯାତ୍ରା କରନ୍ତି ଦିଲ୍ଲୀ । ୧୦୪ ବର୍ଷରେ ଦିଲ୍ଲୀ ଯାତ୍ରା କରିବା ନନ୍ଦ ସାରଙ୍କ ପ୍ରତି ଏକ ବଡ଼ ଆର୍ଶୀବାଦ ରହିଚି । ଯାହାକି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଭବନରେ ଉପ-ରାଷ୍ଟ୍ରପତି ଭେଙ୍କିଆ ନାୟୁଡ଼ୁ ଏବଂ ରାଜ ଭବନର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ଗହଣରେ ପଦ୍ମଶ୍ରୀ ସମ୍ମାନରେ ଭୁଷିତ ହୋଇ ଯାଜପୁର ଜିଲ୍ଲାର ଗୌରବ ଆଣିବା ସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନନ୍ଦ ସାର ଆଶ୍ରୀର୍ବାଦ କରିଥିଲେ । ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ସହିତ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଦିର୍ଘ ୩୦ବର୍ଷ ଧରି ନନ୍ଦ ସାର ପିଲା ମାନଙ୍କୁ ଖଡ଼ି ଧରି ପାଠ ପଢ଼ାଇବା କେତେ କଷ୍ଟକର ତାହା ଶ୍ରୀ ପୃଷ୍ଟି ନିଜେ ନିଭାଇଚନ୍ତି । ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ ରାଷ୍ଟ୍ରପତି କରିଥିବାରୁ ଯାଜପୁର ଜିଲ୍ଲାର ଜେୟୁଜେ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲା ସଭାପତି ଆଦିତ୍ୟ ମେକାବ ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ, ରଂଜିତ ରାଉତ, ରାଜ୍ୟ ଉପସଭାପତି କିଶାନ ରାଉତ, ସାମ୍ବାଦିକ ସଙ୍ଘର ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତୀ, ସାମ୍ବାଦିକ ରାଜିବ ମହାନ୍ତି, ସମରଜିତ ମହାନ୍ତି, ରସୁଲପୁର ପ୍ରେସ ଫୋରମର ସଭାପତି ବିଶ୍ୱରଂଜନ ପତି, ସାଧାରଣ ସମ୍ପାଦକ ଜଗମୋହନ ରାଉତ, ପ୍ରେସ ଫୋରମର ସମସ୍ତ ସଭ୍ୟ ଏବଂ ଉପଦେଷ୍ଟା ମଣ୍ଡଳୀର ସମସ୍ତ ସଭ୍ୟ ଏବଂ ବହୁ ବୁଦ୍ଧିଜିବୀ ବରଷ୍ଟ ନାଗରିକଙ୍କ ପକ୍ଷରୁ ଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କୁ କୃତଜ୍ଞତା ଜଣାଇବା ସହିତ ତାଙ୍କର ଦିର୍ଘ ଜୀବନ କାମନା କରିଛନ୍ତି । ଜଗନ୍ନାଥ ଶ୍ରୀ ପୃଷ୍ଟିଙ୍କୁ ସହାୟତା ହୁଅନ୍ତି ବୋଲି ଭଗବାନଙ୍କ ନିକଟରେ ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଦିର୍ଘ ଜୀବନ ଶ୍ରୀ ପୃଷ୍ଟିଙ୍କର କାମନା କରିଛନ୍ତି ।
ଚାଟଶାଳିରୁ ନନ୍ଦ ମାଷ୍ଟ୍ରେ ଗଲେ ରାଜଭବନ
|
November 10, 2021 |