ଘରୁ ମିଳିଲା ବଲିଉଡ ଅଭିନେତ୍ରୀ ଆର୍ଯ୍ୟ ବାନାର୍ଜୀଙ୍କ ମୃତ ଦେହ

Spread the love

କୋଲକାତା ୧୨ /୧୨/୨୦୨୦ (ସନ୍ଧାନ ନିଉଜ) ବଲିଉଡ ଅଭିନେତ୍ରୀ ଆର୍ଯ୍ୟ ବାନାର୍ଜୀ ଯିଏକି ‘ଡାର୍ଟି ପିକ୍ଚର’ ପରି କେତେକ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଶୁକ୍ରବାର ଦିନ ତାଙ୍କ ଦକ୍ଷିଣ କୋଲକାତା ବାସଭବନରେ ମୃତଦେହ ମିଳିଥିବା ପୋଲିସ କହିଛି। ପୋଲିସ ତାଙ୍କ ଘରର କବାଟ ଖୋଲି ଦେଖିଲା ଯେ ୩୩ ବର୍ଷୀୟା ମହିଳାଙ୍କ ମୃତଦେହ ବେଡ୍ ରୁମ୍ ରେ ପଡ଼ିଛି।

ସ୍ୱର୍ଗତ ସିତାରିଷ୍ଟ ନିଖିଲ ବନ୍ଦୋପାଧ୍ୟାୟଙ୍କ ଝିଅ ଆର୍ଯ୍ୟ ‘LSD: ଲଭ୍ ସେକ୍ସ ଅର ଧୋକା’ (୨୦୧୦) ଏବଂ ‘ଡାର୍ଚି ପିକ୍ଚର’ (୨୦୧୧) ବ୍ୟତୀତ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ମୁମ୍ବାଇରେ କିଛି ମଡେଲିଂ ମଧ୍ୟ କରିଥିଲେ। ସକାଳେ ସେ କଲିଂ ବେଲ୍ ଏବଂ ଫୋନ୍ କଲର କୌଣସି ପ୍ରତିକ୍ରିୟା ଦେଇ ନ ଥିବାରୁ ଡୋମେଷ୍ଟିକ ହେଲ୍ପ ଏବଂ ପଡ଼ୋଶୀମାନେ ପୋଲିସକୁ ଜଣାଇଥିଲେ। ଆର୍ଯ୍ୟ ଏକୁଟିଆ ରହୁଥିଲେ ଏବଂ ନିଜକୁ ପ୍ରାୟତଃ ଏକୁଟିଆ ରଖୁଥିଲେ ବୋଲି ତାଙ୍କ ଡୋମେଷ୍ଟିକ ହେଲ୍ପ କହିଛନ୍ତି। ପୋଲିସ କହିଛି ଯେ, ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଏକ ଫୋରେନସିକ୍ ଟିମ୍ ତାଙ୍କ କୋଠରୀରୁ ନମୁନା ସଂଗ୍ରହ କରିଛନ୍ତି।

Related Posts

About The Author

Add Comment