ଗ୍ୟାଙ୍ଗଷ୍ଟାର୍ ହାଇଦର୍ ଏସସିବିରୁ ଫେରାର

Spread the love

କଟକ, ୧୦/୦୪/୨୧ (ସନ୍ଧାନ ନିଉଜ) : ଗ୍ୟାଙ୍ଗଷ୍ଟାର୍ ହାଇଦର୍ କଟକ ଏସସିବିରୁ ଫେରାର ହୋଇଯାଇଛି। ଏସସିବି ସର୍ଜରୀ ବିଭାଗରେ ହାଇଦର୍ ଥିଲା।  12 ଦିନ ହେଲା ସର୍ଜରୀ ବିଭାଗରେ ଚିକିତ୍ସା ଚାଲିଥିଲା। କେନ୍ଦୁଝର ରଶ୍ମିରେଖା ମହାପାତ୍ର ହତ୍ୟା ମାମଲାରେ ସେ ସଜା ଭୋଗୁଥିଲା। ବୁର୍ଲା ମେଡିକାଲରୁ ରେଫର ହୋଇ ଏସସିବି ଆସିଥିଲା। ସମ୍ବଲପୁର ସର୍କଲ ଜେଲରେ ହାଇଦର ବନ୍ଦୀ ଜୀବନ ବିତାଉଥିଲା। ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଥାଇ ଅସୁସ୍ଥତାର ଚିକିତ୍ସା ପାଇଁ ୨ ଦିନ ହେଲା ପୋଲିସ ସୁରକ୍ଷାରେ କଟକ ଏସସିବି ସର୍ଜରୀ ୱାର୍ଡ କ୍ୟାବିନରେ ଚିକିତ୍ସାଧୀନ ଥିଲେ । ହାଇଦର ସହଯୋଗୀଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ ପୋଲିସ ସୁରକ୍ଷା କର୍ମୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ବେହୋସ କରାଇ ଫେରାର ହୋଇ ଯାଇଥିବାର ଅନୁମାନ । ଏବେ ଫେରାର ପଛରେ ଢିଲା ସୁରକ୍ଷା ବ୍ୟବସ୍ଥା ଥିଲା ନ ସୁରକ୍ଷା କର୍ମୀଙ୍କ ସହ ସଲାସୁତରା ତାହାକୁ ନେଇ ଉଠିଛି ପ୍ରଶ୍ନ ।

Related Posts

About The Author

Add Comment