ବନ୍ତ – ଆଗରପଡ଼ା ରାସ୍ତା ଶୋଚନୀୟ :ଯାତାୟାତ ଠପ

Spread the love
  •  
  •  
  •  
  •  
  •  

ଭଦ୍ରକ,୨୯/୮ (ସନ୍ଧାନ ନିୟୁଜ) ଆଗରପଡ଼ା ବିକେବିଏମ ରାସ୍ତାର ବନ୍ତ ଥାନାଛକ ଠାରୁ ଆଗରପଡ଼ା ଯାଇଥିବା ୧୪ କି:ମ; ପୂର୍ତ୍ତବିଭାଗ ରାସ୍ତାଟି ଏବେ ଖାଲଖମାରେ ପରିପୂର୍ଣ୍ଣ ହୋଇ ଯାତାୟତ ଅନୁପଯୋଗୀ ହୋଇଛି । ପ୍ରତ୍ୟେହ ବନ୍ତ, ରାମଚନ୍ଦ୍ରପୁର, ଆଡ଼ିଆ, କାଦବରାଙ୍ଗ, ପୁରୁଷଣ୍ଢ, ବିଟିପୁର, ଗୋପିନାଥପୁର, ଅଣିଜୋ, ବଡ଼ମହିଷଗୋଠ ଆଦି ପାଖାପାଖି ୧୦ ଗୋଟି ପଞ୍ଚାୟତ ର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭରଶୀଳ ଅଟନ୍ତି । ବ୍ଲକ କାର୍ଯ୍ୟାଳୟ, ସବରେଜେଷ୍ଟ୍ରି. ତହସିଲ, ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ବନ୍ତ ଥାନ. ବନ୍ତ କଲେଜ, ଅଡ଼ାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଆଗରପଡ଼ା କଲେଜ, ମହିଳା କଲେଜ, ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଦି କୁ ଲୋକେ ଯା’ଆସ କରିଥାନ୍ତି । ଉକ୍ତ ରାସ୍ତାଦେଇ ପ୍ରତ୍ୟେହ ଖଇରା ରୁ ଭୁବନେଶ୍ୱର ଯାତ୍ରୀବାହୀ ବସ ସମେତ ଶତାଧିକ ଛୋଟବଡ଼ ·ରିଚକିଆ ଯାନ ଯିବା ଆସିବା କରିଥାଏ । ବିଶେଷ କରି କୋମଳମତି ଛାତ୍ରଛାତ୍ରୀମାନେ ସାଇକେଲ ଓ ମଟର ସାଇକେଲରେ ସ୍କୁଲ କଲେଜ ଯିବା ଆସିବା ସମୟରେ ନାନାଦି ହଇରାଣ ହେଉଛନ୍ତି । ଏବେ ବନ୍ତ ଥାନାଛକ ଠାରୁ କଳାପାହାଡ଼ ପର୍ଯ୍ୟନ୍ତ ୧୦ କି:ମି: ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିବା ସହିତ ରାସ୍ତାରେ ପାଣିଜମି କୃତିମ ହ୍ରଦର ଭ୍ରମ ସୃଷ୍ଟି କରୁଛି । ବାଧ୍ୟ ହୋଇ ଅନେକ ସ୍ଥାନରେ ସ୍ଥାନୀୟ ଲୋକେ ରାସ୍ତା ହାଣି ଦେଇ ପାଣି ନିସ୍କାସନ କରୁଛନ୍ତି । ଉକ୍ତ ରାସ୍ତାଟିର ଦୁରାବସ୍ଥା ଯୋଗୁଁ ପ୍ରତ୍ୟେହ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ପ୍ରତିବର୍ଷ ରାସ୍ତା ମରାମତି ନାମରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନାହିଁ । ଅପରପକ୍ଷେ ଏହି ମରାମତି ରେ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀମାନେ ଲାଭଖୋର ମନୋବୃତି ରଖି କାର୍ଯ୍ୟକରୁଥିବାରୁ ରାସ୍ତାଟି ପ୍ରତିବର୍ଷ ମରଣଯନ୍ତା ପାଲଟୁଛି । ଉକ୍ତ ରାସ୍ତା ଏହି ବ୍ଲକର ଏକ ଦୁହାଁଳିଆ ଗାଇ ସଦୃଶ ହୋଇଛି । ତେବେ ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଏହି ୧୪ କି:ମି: ରାସ୍ତାଟି ପୁନଃ ନୂତନ ନିର୍ମାଣ କରିବାର ଆବଶ୍ୟକତା ଦେଖା ଦେଇଛି । ତେବେ ଆଗରପଡ଼ା ଠାରୁ କଳାପାହାଡ଼ ପର୍ଯ୍ୟନ୍ତ ୪ କି:ମି: ରାସ୍ତାଟି ୨ ବର୍ଷ ପୂର୍ବେ ଓସାରିକରଣ କାର୍ଯ୍ୟ ସରିଥିବାରୁ କଳାପାହଡ଼ ଠାରୁ ବନ୍ତ ପର୍ଯ୍ୟନ୍ତ ୧୦ କି:ମି: ରାସ୍ତାର ଓସାରିକରଣ ସହିତ ପୁନଃ ନିର୍ମାଣ କରିବାକୁ ସଂପୃକ୍ତ ପଞ୍ଚାୟତବାସୀମାନେ ଦୃଢ ଦାବୀ କରିଛନ୍ତି । ଉପରୋକ୍ତ ବ୍ୟସ୍ତ ବହୁଳ ରାସ୍ତାର ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବୀ ହେଉଛି ।

REPORT- RAMESH NAYAK

Related Posts

About The Author

Add Comment