ଗୋଟିଏ ପରିବାରର ତିନି ଜଣ ଭିନ୍ନକ୍ଷମଙ୍କୁ ବଞ୍ଚିବାର ସାହାରା ଦେଖେଇଲା ପତିତପାବନ ସେବା ସଂଘ ପୁରୀ

Spread the love

କଳିଙ୍ଗ ନଗର/୨୮/୦୨/ସନ୍ଧାନ ନିଉଜ୍,(ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅଧିନସ୍ତ ପଙ୍କପାଳ ଗ୍ରାାାମ ପଞ୍ଚାୟତର ପଙ୍କପାଳ ଗ୍ରାମର କୁନା ମଳିକଙ୍କ କରୁଣ କାହାଣୀ ।କୁନା ମଳିକ ପରିବାର କହିଲେ ସ୍ତ୍ରୀ ଏବଂ ତିନୋଟି ପୁଅ କେତେ ଓଷା, ବ୍ରତ ମାନସିକ କରି ତିନୋଟି ପୁଅ ପାଇଥିଲେ । ଯେତେବେଳ ପୁଅ ମାନେ ଭେଣ୍ଡିଆ ହେଲେ ବାପର କାନ୍ଧ ସହ କାନ୍ଧ ମିଶେଇ ଚାଲିବାକୁ ଚେଷ୍ଟା କଲେ ସେତେବେଳେ କୁ ଦଇବ ସାଜିଲା ଦାଉ ପଙ୍ଗୁ ହେଇଗଲେ ତିନିପୁଆ । ପୁଅ ମାନଙ୍କର ଏଭଳି ଅବସ୍ଥା ଦେଖି ମେରୁଦଣ୍ଡ ଭାଙ୍ଗି ଯାଇଛି ବାପାର । ତିନି ତିନିଟା ପୁଅ ଏବଂ ସ୍ତ୍ରୀ ଙ୍କୁ ନେଇ ତାଙ୍କର ଏହି ଛୋଟିଆ ପରିବାର କିନ୍ତୁ ଯେଉଁ ବୟସରେ ଘରେ ବସି ଗଣ୍ଡେ ଖାଇବା କଥା ସେଇ ବୟସରେ ଏମାନଙ୍କୁ ପୋଷିବେ କେମିତି ପେଟକୁ ଗଣ୍ଡେ ଦାନା ଦେହକୁ ଖଣ୍ଡିଏ କନା କେମିତି ବା ଦେବେ ଆଉ କେଉଁଠୁ ଦେବେ। ଜେଉଁ ବୟସରେ ରୋଜଗାର କରି ନିଜ ପେଟ ପୋଷିବା କଥା ସେଇ ବୟସରେ ଭାଗ୍ୟର ବିଡମ୍ବନା ୩ନି ତିନୋଟି ପୁଅ ବିକଳାଙ୍ଗ ହୋଇ ଘରେ ପଡ଼ି ରହିଛନ୍ତି ଶେଷରେ ବୁଢା ବାପାଟ ଉପରେ ବୋଝ ଉପରେ ଲଳିତା ବିଡା ହୋଇ ପଡ଼ି ରହିଛନ୍ତି। ବୁଢ଼ା ବାପବି କରିବ କଣ ରିକ୍ସା ଚଲାଇ କେମିତି ପରିବାର ସହ ପୁଅ ମାନଙ୍କର ଦେଖା ଶୁଣା କରିବ । ଆଜିକାଲି କା ସ୍ମାଷ୍ଟ ଯୁଗରେ ରିକ୍ସାକୁ ବା ପଚାରେ କିଏ କେଇଟା ବା ଟଙ୍କା ହେବ ସେଥିରେ ପରିବାର ଚଳାଇବା ସହ ପୁଅ ମାନଙ୍କର ଦେଖା ଶୁଣା କରିବା ଆଉ ଚିକିତ୍ସା କରିବ । ପ୍ରତିବନ୍ଧକ ସାଜିଛି ଅର୍ଥ କେଉଁଆଡୁ କିଛି ସାହାଯ୍ୟ ସହଯୋଗ ନାହିଁ ।ରାଜ୍ୟ ସରକାର ଗରିବ, ବିକଳାଙ୍ଗ ପାଇଁ ମାଳ ମାଳ ଯୋଜନା କରିଥିବା ବେଳେ ଏଠି ଯୋଜନା ତାଙ୍କ ପାଖରେ ପାଣିର ଗାର । ସ୍ଥାନୀୟ ପ୍ରଶାସନ ଦେଖି ନଦେଖିଲା ଭଳି ଆଖି ମିଟି ମିଟି କରୁଛି ।ସରକାରୀ ସହଯୋଗ କହିଲେ ଅନ୍ତଦୟ ଚାଉଳ ଏବଂ ଖଣ୍ଡିଏ ଘର ଏମିତି ବି ତିନି ପୁଅଙ୍କ ପାଇଁ ହୁଇଲ୍ ଚେୟାର ବି ଖଣ୍ଡିଏ ନାହିଁ , ଏପରି ସମୟରେ ଦେବଦୁତ୍ତ ସାଜିଲା ପୁରୀର ପତିତପାବନ ସେବା ସଂଘ ଆମ ସନ୍ଧାନ ନିଉଜ୍ ରେ ଖବର ପ୍ରଚାର ପ୍ରସାରଣ ହେବା ପରେ ଆମ ପ୍ରତିନିଧିଙ୍କ ସହିତ ଯୋଗାଯୋଗ କରିଥିଲେ ଯେ ସେ କଣ କରିପାରିବ ଦୁଇଟି ତିନୋଟି ପ୍ରସ୍ତାବ ଭିନ୍ନକ୍ଷମ ପରିବାରକୁ ଦେଇଥିଲେ ଶେଷରେ ସେ ପରିବାରଟି ଗୋଟିଏ ରାସନ୍ ଦୋକାନ ଦେବାକୁ ନିଷ୍ପତ୍ତି ନେଇଥିଲେ, ଶେଷରେ ଆମ ସନ୍ଧାନ ନିଉଜ୍ ପ୍ରତିନିଧିଙ୍କ ଜରିଆରେ ଆସି ପହଞ୍ଚି ଥିଲେ କଳିଙ୍ଗ ନଗର ସ୍ଥିତ ପଙ୍କପାଳ ଗ୍ରାମର କୁନା ମଳିକଙ୍କ ଘରେ , ତାଙ୍କ ପରିବାରକୁ ଛୋଟ ରାସନ୍ ଦୋକାନ ଖଣ୍ଡିଏ କରିଦେଇଥିଲେ, ଦୋକାନ ଖଣ୍ଡିକ ପାଇ ପରିବାରଟି ଖୁସି କହିଲେ ନସରେ ।

Related Posts

About The Author

Add Comment