ଏୟାରଟେଲର ୩୯୯ଟଙ୍କା ରିଚାର୍ଜରେ ମିଳୁଛି ୪୦୦ଟଙ୍କାର କ୍ୟାସବ୍ୟାକ୍‌, ଏମିତି ଉଠାନ୍ତୁ ଫାଇଦା

Spread the love
  • 1
  •  
  •  
  •  
  •  
    1
    Share

ନୂଆଦିଲ୍ଲୀ, ୨/୧୨ (ସଂଧାନ ନିୟୁଜ) : ଟେଲିକମ୍‌ କମ୍ପାନି ରିଲାଏନ୍ସ ଜିଓ ମାର୍କେଟରେ ପ୍ରବେଶ କରିବା ପରଠାରୁ ଅନ୍ୟ ଟେଲିକମ୍‌ କମ୍ପାନି ଉପରେ ବିଶେଷ ପ୍ରଭାବ ପକାଇଛି। ଟେଲିକମ କମ୍ପାନିଗୁଡ଼ିକ ଏଥିପାଇଁ ନିଜନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଅଫରମାନ ଘୋଷଣା କରି ଚାଲିଛନ୍ତି। ନିକଟରେ ଏୟାରଟେଲ ଗ୍ରାହକ ରିଚାର୍ଜ କରିବା ପରେ କ୍ୟାସବ୍ୟାକ୍‌ ଅଫର ଆଣିଛି । ଏହି ଅଫର ଦ୍ୱାରା ଗ୍ରାହକଙ୍କୁ ବେଶ୍‌ ଲାଭ ହୋଇ ପାରିବ।

ସୂଚନାଯୋଗ୍ୟ, ଏୟାରଟେଲ ନିଜର ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ନେଇ ଆସିଛି। ଏହି ଅଫର ଜରିଆରେ ଗ୍ରାହକ ୩୯୯ଟଙ୍କାର ରିଚାର୍ଜ କଲେ ୪୦୦ଟଙ୍କାର କ୍ୟାସବ୍ୟାକ୍‌ ଅଫର ପାଇବେ। ଏଥିପାଇଁ କମ୍ପାନି ଏକ ସର୍ତ୍ତ ମଧ୍ୟ ରଖିଛି। କମ୍ପାନି ତରଫରୁ ଏହି ଟୋଟାଲ କ୍ୟାସବ୍ୟାକ୍‌ ଅଫର ୪୦୦ଟଙ୍କା ତ ରହିଛି, କିନ୍ତୁ ଏହା ବ୍ୟବହାରକାରୀଙ୍କୁ ୫୦ଟଙ୍କାର ଭାଉଚର ଆକାରରେ ମିଳିବ। ଭବିଷ୍ୟତରେ ରିଚାର୍ଜ କଲେ ଏହି ଭାଉଚର ବ୍ୟବହାରକାରୀ ବ୍ୟବହାର କରି ପାରିବେ। ଉଦାହରଣ ସ୍ୱରୂପ: ଆପଣ ୩୯୯ ଟଙ୍କାର ରିଚାର୍ଜ କଲେ ୫୦ଟଙ୍କା ଛାଡ ମିଳିବ। ଅର୍ଥାତ୍‌ ୩୪୯ ଟଙ୍କା ଦେଇ ରିଚାର୍ଜ କରିବାକୁ ପଡ଼ିବ। ଏମିତିରେ ଆଠଥର ରିଚାର୍ଜ କଲେ ଆପଣଙ୍କ କ୍ୟାସବ୍ୟାକ୍‌ ଟଙ୍କା ଫେରି ପାଇବେ।

  • 1
    Share

Related Posts

About The Author

Add Comment