ଗୋଚର ଜମିକୁ ପ୍ରଭାବଶାଳୀ ବ୍ୟକ୍ତିର ଜବରଦଖଲକୁ ଗ୍ରାମବାସୀଙ୍କ ବିରୋଧ

Spread the love

ସମ୍ବଲପୁର ତା ୨୦/ ୦୫ /୨୦୨୨(ସନ୍ଧାନ ନିଉଜ/ହେମନ୍ତ ଭଇଁଷା)ଯୁଯୁମୁରା ବ୍ଲକ ଅନ୍ତର୍ଗତ ଜୟନ୍ତପୁର ପଞ୍ଚାୟତରେ ପଣ୍ଡୁପାଲି ଠାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଗୋଚର ଜମିକୁ ଜବରଦଖଲ କରିଥିବା ଅଭିଯୋଗ ଗ୍ରାମବାସୀ ମାନେ ସଦର ଥାନାରେ ଏତଲା ଦେଇଛନ୍ତି। ଗ୍ରାମବାସୀ କହିବା ଅନୁସାରେ ସେ ଗୋଚର ଜମିକୁ ଲାଗି ଗାଧୋଇବାପାଇଁ ଗୋଟିଏ ବଡ଼ ଗାତ ଅଛି । ଖରାଦିନେ ଲୋକମାନେ ସେଠାରେ ଗାଧୋଇବା ପାଇଁ ଯାଇଥାନ୍ତି କିନ୍ତୁ ସେହି ପ୍ରଭାବଶାଳୀ ବ୍ୟକ୍ତିର ଲୋକମାନେ ସେଠାରେ ଗାଧୋଇବା ପାଇଁ ବାରଣ କରିବା ସହିତ ନ ମାନିଲେ ଜୀବନରୁ ମାରିଦେବା ପାଇଁ ଧମକ ଦେବା ଅଭିଯୋଗ ଗ୍ରାମବାସୀ ମାନେ ଆଣିଛନ୍ତି । କଥାରେ ଅଛି ବଡ ଲୋକକୁ ଉତ୍ତର ନାହିଁକି ସରଗକୁ ନିଶୁଣି ନାହିଁ ଏହି କଥାର ସତ୍ୟାସତ୍ୟଏଠାରେ ପ୍ରମାଣିତ ହୋଇଯାଇଛି।ଦେଖାଯାଉ ଏହି ବିଷୟରେ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି କାରଣ ଏହି ସମୟରେ ସେଠାରେ କିଛି ଅଘଟଣ ହୁଏ ତା ହେଲେ କିଏ ଦାୟୀ ରହିବ।

Related Posts

About The Author

Add Comment