କୋଇଡା, ୧/୧୧ (ସନ୍ଧାନ ନିୟୁଜ): ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ବିଜେଡି ପକ୍ଷରୁ ଏକ ଜନ ସଂପର୍କ ପଦଯାତ୍ରା ଆଜି ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଜନ ସଂପର୍କ ପଦଯାତ୍ରା ରେ ବିଜେଡି ଜିଲ୍ଲା ସଂପାଦକ ପ୍ରଦ୍ୟୂମ୍ନ ତ୍ରିପାଠୀ, ବରିଷ୍ଠ ବିଜେଡି ନେତା ତଥା ବଣାଇ ପୂର୍ବତନ ବିଧାୟକ ଭୀମସେନ ଚୈଧୁରୀ, ବ୍ଲକ ବିଜେଡି ସଭାପତି ରବିନାରାୟଣ ମିଶ୍ର, ଜନ ଡୁଂଗ ଡୁଂଗ, ଅଶୋକ ନାଏକ, ସୁନ୍ଦର ମଣି ପ୍ରଧାନ, ରଞ୍ଜିତ କିଷାନ, ମିତାରାଣି ନାଏକ, ବିନୋଦ ଫତକାର ଙ୍କ ନେତୃତ୍ଵରେ ହଜାର ରୁ ଉର୍ଦ୍ଧ ବିଜେଡି କର୍ମୀ ଯୋଗଦେଇ ଥିଲେ । କୋଇଡା ତାରିଣି ମନ୍ଦିର ପାଖରୁ ଏକ ପଦଯାତ୍ରା ରେ ବାହାରି ବ୍ଲକ ଛକ , ଥାନା ଛକ,ମେଡିକାଲ ଛକ ,କୋଇଡା ବସ ଷ୍ଟାଣ୍ଡ ନିକଟରେ ପହଞ୍ଚି ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅତିଥି ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା ନାରୀ ସଶକ୍ତି କରଣ ,ସ୍ୱାସ୍ଥ୍ୟ ବିମା,ବିଜୁ ପକାଘର ଓ ଅନ୍ୟାନ୍ୟ ଉପରେ ଆଲୋକ ପାତ କରିଥିଲେ ଏବଂ ଆଗାମୀ ନିର୍ବାଚନ ରେ ନବୀନ ପଟ୍ଟନାୟକ ହାତ ମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ ।ବିଜୁ ଜନତା ଦଳରୁ ଅନୁପ୍ରାଣିତ ହୋଇ କୋଇଡା ଅଂଚଳ ର ବହୁ ଲୋକ ବିଜେଡି ରେ ଯୋଗଦେଇ ଥିଲେ ।
କୋଇଡା ବିଜେଡିର ଜନ ସଂପର୍କ ପଦଯାତ୍ରା
|
November 1, 2018 |
