କୁଜି ସାମ୍ବାଦିକ

Spread the love

ସାମ୍ବାଦିକ ହେଉଛି ଏକ ପବିତ୍ର ବୃତ୍ଥି । ଏଥିପାଇଁ ସାମ୍ବାଦିକତା ନାମରେ ଏକ ପାଠ୍ୟକ୍ରମ ରହିଛି । ଏହାକୁ ପଢ଼ିବା ପରେ ସାମ୍ବାଦିକତା କରିବାକୁ ହୋଇଥାଏ । ଗଟେ ସଚ୍ଚୋଟ ସାମ୍ବାଦିକ ଟିଏ ବହୁ ପ୍ରତିଘାତ ମଧ୍ୟରେ ଗତି କରି ଲୋକଙ୍କ ପକୃତ ସତ୍ୟକୁ ଉନ୍ମୋଚନ କରିବା ସହିତ ଗରିବ ଅସହାୟ ଲୋକଙ୍କ ସହାୟକ ହୋଇଥାଏ । ମାତ୍ର କିଛି ନିଜକୁ ବୋଲାଉଥିବା କିଛି କୁଜି ସାମ୍ବାଦିକ ମାନଙ୍କ ପାଇଁ ଏହି ବୃତ୍ଥି କୁଳସିତ ହେଉଛି । ଏମାନେ ନା ସାମ୍ବାଦିକତା ପାଠ ପଢ଼ିଛନ୍ତି ନା ଏମାନଙ୍କ କୌଣସି ଶିକ୍ଷାଗତ ଯୋଗ୍ୟତା ଅଛି । ବାସ ଏବେ ୟୁ ଟ୍ୟୁବ ଏବଂ ସୋସିଆଲ ମିଡିଆରେ ଛୁତୁ ଫୁଟିଲା ଭଳି ବିଭିନ୍ନ ନାମରେ ଗୋଟେ ଗୋଟ ପେଜ କରିଦେଇ ସାମ୍ବାଦିକତା ପରିଚୟ ପତ୍ର ଧରି ବିଭିନ୍ନ ଲୋକଙ୍କୁ ଧମକାଇବେ ଏମାନେ ସିଦ୍ଧହେଉ ଟଙ୍କା ରୋଜଗାର କରଛନ୍ତି । ଏମାନେ ସମାଜର ଭଲ କରିବେ କଣ ଓଲଟି ଚାଟୁକାର ଏବଂ ଚାନ୍ଦା ତୋଳାଇବାରେ ବ୍ୟସ୍ତ ରହୁଛନ୍ତି । ଯଦିଓ ସରକାର ଟିଭି, ପ୍ରିଂଟ ମାନ୍ୟତା ଦେଇଥିବା ବେଳେ ଏବଂ ଏବେ ୱେବ ମିଡିଆଙ୍କୁ ମଧ୍ୟ କେତକ କ୍ଷେତ୍ରପାଇଁ ଅନୁମତି ପ୍ରଦାନ କରୁଛି । କିନ୍ତୁ ଏହା ବାଦ କେବଳ ୟୁଟ୍ୟୁବୁ ଏବଂ ଅନ୍ୟ ସୋସିଆଲ ମିଡିଆକୁ ଢ଼ାଲ କରି ଗୋଟିଏ ପେଜ କରି ସେଥିରେ ନ୍ୟୁଜ ପ୍ରସାରଣ କରିବାରେ ଲାଗିପଡିଛନ୍ତି । ଯାହାକି ଭାରତୀୟ ଗଣମାଧ୍ୟମ ଆଇନ୍‌ରେ ନାହିଁ । କିନ୍ତୁ ଏମାନଙ୍କୁ ଯଦି ରୋକ ନ ଲଗାଯାଏ ତେବେ ନିଜ ମନ ଇଚ୍ଛା ଏମାନେ ଖବର ପ୍ରସାରଣ କରିବା ଲାଗିପଡିଛନ୍ତି । ତେବେ ଏହା ଉପରେ ଦୃଷ୍ଟି ଦେବାକୁ ସାଧରଣରେ ଦାବି ହେଉଛି ।

Related Posts

About The Author

Add Comment