କାଳନ୍ଦିକୁ ହତ୍ୟା କରିଥିବା ଅଭିଯୋଗରେ ଜେଲଗଲା ସୁରେନ୍ଦ୍ର

Spread the love

ଯାଜପୁର ସଦର, ୧୨ା୦୩: ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳେଇଥିବା ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ସୁରେନ୍ଦ୍ର ବେହେରାକୁ ଯାଜପୁର ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ବ୍ଲକର ଜମଧରପୁର ପଂଚାୟତର କାଳନ୍ଦୀ ମଲିକକୁ ନୃସଂଶ ଭାବେ ହତ୍ୟାକରି ହତ୍ୟାକାରୀ ଗିରଫ ହୋଇଥିଲା । ସଦର ପୋଲିସ ସୁରେନ୍ଦ୍ର ବେହେରାକୁ କୋର୍ଟ ଚାଲାଣ କରିଥିବା ବେଳେ, ଆସାମୀ ସୁରେନ୍ଦ୍ରର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଚି । ଏନେଇ କାଳନ୍ଦି ହତ୍ୟାକାରୀକୁ କଠୋରରୁ କଠୋର ଦଣ୍ଡ ଦେବାଲାଗି ଗ୍ରାମବାସୀଙ୍କ ପରିବାର ପକ୍ଷରୁ ୧୨ ଘଣ୍ଟା ଯାଜପୁର ସଦର ରାସ୍ତାକୁ ବନ୍ଦ କରାଯାଇଥିଲା । ଏନେଇ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଶିତିକଣ୍ଠ କାନୁନଗୋଙ୍କ ପଦକ୍ଷେପରେ ରାସ୍ତାରୋକ ହଟିଥିଲା । ଗତକାଲି ସୁରେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଚି ।

Related Posts

About The Author

Add Comment