‘କରୋନା’ର ମୁକାବିଲା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

Spread the love

 ଭୁବନେଶ୍ୱର, ୨୩/୦୩ (ସନ୍ଧାନ ନିୟୁଜ) : ପ୍ରାକୃତିକ ସଙ୍କଟକୁ ସାମ୍ନା କରିବାକୁ ପଡ଼ିବ। ରାଜ୍ୟ ତଥା ଦେଶବାସୀ ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ ମହାମାରୀ ‘କରୋନା’ ବିରୋଧରେ ମୁକାବିଲା କରିବାକୁ ପଡ଼ିବ। ଆଜି ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ବାର୍ତ୍ତାରେ ମାଧ୍ୟମରେ ଏପରିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି-“‘କରୋନା’ ସମଗ୍ର ମାନବ ଜାତିକୁ ସଙ୍କଟରେ ପକାଇଛି। ଏହା ବିଶ୍ୱଯୁଦ୍ଧଠାରୁ ଭୟଙ୍କର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ‘କରୋନା’ ଭାଇରସକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ଅନେକ ସକରାତ୍ମକ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ସରକାରଙ୍କ ସହଯୋଗୀ ଭାବେ ଲୋକଙ୍କୁ ବ୍ୟାପକ ସଚେତନତା ହେବାକୁ ପଡ଼ିବ। ଯୁବପିଢି, ରାଜନୈତିକ କାର୍ଯ୍ୟକର୍ତ୍ତା, ଗଣମାଧ୍ୟମ ଓ ସରକାରୀ କର୍ମଚାରୀ ଏହି ଦାୟିତ୍ୱରୁ ମୁହଁ ନଫେରାଇ ସମସ୍ତେ ସାମ୍ନା କରିବା ଦରକାର। ବିଦେଶରୁ ଓଡ଼ିଶାକୁ ଫେରୁଥିବା ବନ୍ଧୁମାନେ ସରକାରୀ ବ୍ୟବସ୍ଥା ଅନୁସାରେ ନିଜକୁ ପଞ୍ଜିକୃତ କରିବା ଦରକାର।

Related Posts

About The Author

Add Comment