ଚଣ୍ଡିଖୋଲ ୨/୮ (ସନ୍ଧାନ ନିଉଜ/ମାନସ ରାଉତ) : ଯାଜପୁର ଜିଲ୍ଲାର ଓୟୁଜେର ସାମ୍ବାଦିକ ରାଜ୍ୟ ସଂଘ ସଭାପତିଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଯାଜପୁର ଜିଲ୍ଲାର ସାମ୍ବାଦିକ ସଦସ୍ୟ ମାନେ ଇସ୍ତଫା ଦେଇଥିବା ଜଣାଯାଇଚି । ଏହି ପରିପ୍ରେକ୍ଷିରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପ ପରିଶରରେ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ ଉତ୍ସବ ଅନୁଷ୍ଟିତ ହୋଇଯାଇଚି । ଏହି ଉତ୍ସବ ସଂଘର ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ୟୁନିୟନର ସାଧାରଣା ସଂପାଦକ ପୂର୍ଣ୍ଣ ଚନ୍ଦ୍ର ଶତପଥି ବିବରଣୀ ପାଠ କରିଥିବା ବେଳେ ଯାଜପୁର ଜିଲ୍ଲାର ୧୦ ଟି ବ୍ଲକ୍ ଏବଂ ୨ଟି ପୌରାଅଂଚଳର ସାମ୍ବାଦିକ ମାନେ ଯୋଗଦାନ କରି ଥିଲେ । ôରାଜ୍ୟ ସାମ୍ବାଦିକ ୟୁନିୟନର ବୈମାତୃକ ମନୋଭାବ ଯୋଗୁଁ ଯାଜପୁର ଜିଲ୍ଲାର ସାମ୍ବାଦିକ ମାନେ ଓୟୁଜେରୁ ଇସ୍ତଫା ପ୍ରଦାନ କରିଥିବାର ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଓଡ଼ିଶାରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ସାମ୍ବାଦିକ ମାନଙ୍କ ସୁରକ୍ଷା ଦିଗରେ ରାଜ୍ୟ ସାମ୍ବାଦିକ ୟୁନିୟନ ପଦକ୍ଷେପ ନେଉନଥିବାରୁ ସାମ୍ବାଦିକ ମାନେ ଇସ୍ତଫା ଦେବା ସହିତ ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନରେ କାର୍ଯ୍ୟ ନକରିବା ପାଇଁ ସାମ୍ବାଦିକ ମାନେ ଦୃଢ ନିଷ୍ପତି ନେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଡିସେମ୍ବର ମାସ ୧୬ ତାରିଖ ଦିନ ସହିଦ ମାଟି ବରୀ ପରିଶରରେ ଏକ ସାଧାରଣ ବୈଠକ ଅନୁଷ୍ଟିତ ହେଉଥିବା ବେଳେ ଓୟୁଜେର କିଛି ସଦସ୍ୟ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ସଦସ୍ୟଙ୍କ ସହମତିରେ ହୋଇଥିବା ନିର୍ବାଚନକୁ ରାଜ୍ୟ ସଂଗଠନ ସ୍ୱିକୃତି ଦେଇନଥିଲେ । ବିଶୃଙ୍ଖଳା କରିଥିବା ସଦସ୍ୟଙ୍କ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ସଭାରେ ବରିଷ୍ଠ ସାମ୍ବାଦିକ ପ୍ରଦିପ୍ତ କୁମାର ପରିଡ଼ା, ଉମାକାନ୍ତ ଧଳ. ପୂର୍ବତନ ଜିଲ୍ଲା ସଭାପତି ଇନ୍ଦ୍ରମଣୀ ନାୟକ, ପୂର୍ବତନ ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ଧଳ, ସାଧାରଣ ସଂପାଦକ ଚିନ୍ତାମଣୀ ପାଢୀ, ଉଦୟ ଖଣ୍ଡାଇ, ଉମାକାନ୍ତ ରାଉତ, ମାନସ କୁମାର ଜେନା, କୈଳାସ ମଲିକ, ପ୍ରତାପ ଦାସ, ପ୍ରଦିପ୍ତ ପୃଷ୍ଟି, ଅଖିଳ ସ୍ୱାଇଁ, ଅବିନେଶ୍ୱର ଶତପଥି, ସଂଜୟ ସ୍ୱାଇଁ, ହେମେଶ ଜେନା, ଭାରତ ଭୁଷଣ ପଣ୍ଡା, ସମରେନ୍ଦ୍ର ମାହାଲା, ଶରତ ପୋଥାଳ, ରଙ୍ଗବଲ୍ଲଭ ସାହୁ, ପ୍ରଫୁଲ ପଣ୍ଡା, ଅଜୟ ସିଂ, କୈଳାସ ପୃଷ୍ଟି, ଉମାକାନ୍ତ ପାତ୍ର, ବସନ୍ତ ନାୟକ, ତରୁଣ ନନ୍ଦ, ଉଦୟ ସିଂ, ସନ୍ଦିପ ରାୟ, ପ୍ରତୁ୍ୟଷ ନାୟକ, ଅମୂଲ୍ୟ ବରାଳ, ଅକ୍ଷୟ ଜେନା, ବିଶ୍ୱଜିତ ଖିଲାର, ବାବୁଲି ରାଉତ, ପ୍ରଭାଷ ଦାସ, ଶଙ୍କର୍ଶଣ କୁଣ୍ଡ, କାଳନ୍ଦି କଣ୍ଠ, ସେକ୍ ମନିରୁଦ୍ଦିନ, ସେକ୍ ସବିରୁଦ୍ଦିନ, ମନୋଜ ସାହୁ, ନିଳମାଧବ ନାୟକ, ଦିଲଦାର ଚାନ୍ଦ, ଗୋପିନାଥ ଦାଶ ଏବଂ ବହୁ ସଦସ୍ୟ ମାନେ ଯୋଗଦାନ କରିଥିଲେ । ଶେଷରେ ମହେଶ୍ୱର ଜେନା ଧନ୍ୟବାଦ ଦେଇଥିଲେ ।
ଓୟୁଜେ ସାମ୍ବାଦିକ ସଂଘର ସଦସ୍ୟମାନେ ଇସ୍ଥଫା ଦେଲ
|
August 2, 2019 |


