ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘର ଆନ୍ଦୋଳନ

Spread the love

ସୁନ୍ଦରଗଡ ତା:୯/୭/୨୦୨୬( ସନ୍ଧାନ ନ୍ୟୁଜ) ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସଂଘର ସୂଚନା ଅନୁଯାୟୀ, ଜୁନ୍ ୨୧ ତାରିଖରେ ପ୍ରଦାନ କରାଯାଇଥିବା ନୋଟିସ ଅନୁସାରେ, ଜୁଲାଇ ୧୦ ତାରିଖରୁ ସାମୂହିକ ଛୁଟିରେ ରହିବେ ସମସ୍ତ ଯୋଗାଣ ସହାୟକ। ଏହି ସମୟରେ ଜୁଲାଇ ଓ ଅଗଷ୍ଟ ମାସର ରାସନ ବିତରଣ କାର୍ଯ୍ୟ ବନ୍ଦ ରହିବ। ନିଜର ବିଭିନ୍ନ ଦାବିକୁ ନେଇ ସଂଘ ଦୀର୍ଘ ଦିନ ହେଲା ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ସମାଧାନ ନ ମିଳିବାରୁ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ଗତ ୧୪ ବର୍ଷ ଧରି କମ ଦରମା ନେଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛନ୍ତି । ସରକାର ଯେତେବେଳେ ଅଷ୍ଟମ ବେତନ ଆଣିବାକୁ ଯାଉଥିବା ବେଳେ ଯୋଗାଣ ସହାୟକଙ୍କୁ ନଜର ଦେଇ ନ ଥିବା କଥା ନିଜ ମନ୍ତବ୍ୟରେ କହିଛନ୍ତି । ୧୪ ବର୍ଷ ଧରି ଆମେ ଦରମା ନୁହ ପାରିଶ୍ରମିକ ରାଶି ପାଉଥିବା କଥା ଯୋଗାଣ ସହାୟକ ଜିଲ୍ଲା ସଭାପତି କହିଥିବା ଜଣାପଡିଛି । ଆଜି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ତାଙ୍କର ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଆସନ୍ତା କାଲି ଠାରୁ ସାରା ରାଜ୍ୟର ଯୋଗାଣ ସହାୟକ ଛୁଟି ରେ ରହିବା କାରଣରୁ ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସର ରାସନ ବିତରଣରେ ବ୍ୟତିକ୍ରମ ହେବାର ଆଶଙ୍କା କରାଯାଉଛି ।ଏଥିପ୍ରତି ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ୍ ନିବେଦନ କରିଥିବା ଜଣାପଡିଛି ।

Related Posts

About The Author

Add Comment