ଏଲସିଙ୍କ ସହ ଆଇଡିଏଲ ମଜଦୁର ସଭାର ସୌଜନ୍ୟମୂଳକ ସାକ୍ଷାତ

Spread the love

ରାଉରକେଲା, ୦୨/୦୭/୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ବାଲିଯୋଡ଼ି ଠାରେ ଥିବା ଆଇଡ଼ିଏଲ ମଜଦୁର ସଭାର ସଦସ୍ୟ ମାନେ ରାଉରକେଲାରେ ନୂତନ ଭାବେ ଯୋଗଦାନ କରିଥିବା ଡେପୁଟି ଲେବର କମିଶନର(ଡିଏଲସି) ପ୍ରଣବ କୁମାର ପାତ୍ରଙ୍କୁ ସ୍ୱାଗତ ଜଣାଇବା ସହ ତାଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଆଇଡ଼ିଏଲ ମଜଦୁର ସଭାର ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଡିଏଲସିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଇଡ଼ିଏଲ କାରଖାନାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ବହୁବିଧ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଡିଏଲସି ଶ୍ରୀ ପାତ୍ର ସମସ୍ତ ସମସ୍ୟା ବିଷୟରେ ଅବଗତ ହେବାପରେ, ଆଗାମୀ ଦିନରେ ସମସ୍ୟା ଗୁଡ଼ିକ ସମାଧାନ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସହମତି ପ୍ରଦାନ କରିଥିଲେ ।ଆଇଡ଼ିଏଲ ମଜଦୁର ସଭାର ସମସ୍ତ ସଦସ୍ୟ ନୂତନ ଡିଏଲସି ପ୍ରଣବ କୁମାର ପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ସୌଜନ୍ୟମୂଳକ ସାକ୍ଷାତ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଆଇଡ଼ିଏଲ ମଜଦୁର ସଭାର ସାଧାରଣ ସମ୍ପାଦକ ଶଶଧର ନାୟକ, ଉପସଭାପତି ସିଦ୍ଧେଶ୍ୱର ବଳ, ସମ୍ପାଦକ ପ୍ରଭାତ ନାୟକ, ଉପ ସମ୍ପାଦକ ବିଜୟ କୁମାର ନାୟକ, ପ୍ରଶାନ୍ତ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ସାକ୍ଷାତକାଳରେ ସାମାଜିକ ଦୂରତା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଥିଲା ।

Related Posts

About The Author

Add Comment