ଉକôଳ ବାଳାଶ୍ରମରେ ସ୍ୱଚ୍ଚ୍ଥତା ପକ୍ଷ ପାଳିତ

Spread the love

ଯାଜପୁର, ୦୩/୧୧/୨୦୨୧ (ସନ୍ଧାନ ନିଉଜ) : ସୁସ୍ଥ ଓ ସ୍ୱଚ୍ଚ୍ଥ ପରିବେଶ ପାଇଁ ସମସ୍ତଙ୍କର ଊଦ୍ୟମ ହେବା ଉଚିତ । ଚ୍ଥୋଟ ପିଲା ବେଳୁ ସ୍ୱଚ୍ଚ୍ଥତା ପ୍ରତି ପ୍ରତିବଦ୍ଧତାପୂର୍ଣ୍ଣ ହେଲେ ସମାଜ ଓ ପରିବେଶ ସ୍ୱଚ୍ଚ୍ଥ ଓ ସୁନ୍ଦର ହୋଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ଅପରାହ୍ନରେ ଯାଜପୁର ସହର ସ୍ଥିତ ଉକôଳ ବାଳାଶ୍ରମ ପରିସରରେ ସ୍ୱଚ୍ଚ୍ଥତା ପକ୍ଷ ପାଳନ ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଳ୍ା ମୁଖ୍ୟ ଚିକିସôାଳୟର ଏଡି.ପି.ଏଚ୍.ଓ. ଡା. ରମେଶ ଚନ୍ଦ୍ର ମଲ୍୍ଳିକ ସ୍ୱଚ୍ଚ୍ଥ ଓ ସୁସ୍ଥ ପରିବେଶ ଈଶ୍ୱରଙ୍କ ଆବାସ ସ୍ଥଳୀ ବୋଲି ବିବେଚନା କରାଯାଏ ବୋଲି କହିଥିଲେ । ପ୍ରତ୍ୟେକ ନିଜ ଶରୀରକୁ ପରିଷ୍କାର ରଖିବା, ସପାଂ ପୋଷାକ ପତ୍ର ବ୍ୟବହାର କରିବା, ନିୟମିତ ନଖ, ଚୁଟି କାଟିବା, ଖାଇବା ପୂର୍ବରୁ ହାତ ଧୋଇବା, ଶୈାଚାଳୟ ବ୍ୟବହାର କରିବା, ପୁଷି୍ଟକର ଖାଦ୍ୟ ଖାଇବା ସଂପର୍କରେ ଶ୍ରୀ ମଲ୍ଳ୍ିକ ଆଲୋକପାତ କରିଥିଲେ । ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସ୍ୱଚ୍ଚ୍ଥତା ଏକ ସେବା ଓ ଏହି ସେବା ପ୍ରତ୍ୟେକଙ୍କର ଧେୟ ହେବା ଉଚିତ ବୋଲି କହିଥିଲେ । ପ୍ରକୃତି ଉପଯୁକ୍ତ ସହବସ୍ଥାନ ପାଇଁ ସୁନ୍ଦର ପରିବେଶ ସୃଷ୍ଟି କରିଚ୍ଥି କିନ୍ତୁ ଆମେ ମଣିଷ ମାନେ ତାହାର ମୈାଳିକତା ନଷ୍ଟ କରି ପୃଥିବୀରେ ବିଷ ବଳୟ ସୃଷ୍ଟି କରୁଚ୍ଥନ୍ତି । ତେଣୁ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଚେଷ୍ଟିତ ହେବାକୁ ସେ ଅନୁରୋଧ କରିଥିଲେ । ଜିଲ୍ଳ୍ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସ୍ୱଚ୍ଚ୍ଥତା ସଂପର୍କରେ ମତ ବ୍ୟକ୍ତ କରିବା ସହ ଉକôଳ ବାଳାଶ୍ରମର ପାରିପାଶ୍ୱିର୍କ ଉନ୍ନୟନ, ପରିବେଶ ସ୍ୱଚ୍ଚ୍ଥ ଓ କାର୍ଯ୍ୟାବଳୀ ସଂପର୍କରେ ଆଲୋକପାତ କରିଥିଲେ । ଏପିଡୋମୋଲୋଜିଷ୍ଟ ଡା. ପାର୍ଥ ସାରଥୀ ମିଶ୍ର, ଡା. ବିଶ୍ୱ ପ୍ରକାଶ ସାମଲ, ସଂଗୀତ ଶିକ୍ଷକ ପ୍ରଦୀପ କୁମାର ଜେନା ପ୍ରମୁଖ ସ୍ୱଚ୍ଚ୍ଥତା ଓ ସୁସ୍ଥ ଶରୀର ସଂପର୍କରେ ମତ ଦେଇଥିଲେ । ବାଳାଶ୍ରମର ଅଧିକ୍ଷକ ପ୍ରଜ୍ଞାସିନୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଳାଶ୍ରମର ସମସ୍ତ କର୍ମଚାରୀ, ଅନ୍ତେବାସୀ ଯୋଗ ଦେଇଥିଲେ । ଅନ୍ତେବାସୀ ମାନେ ସ୍ୱଚ୍ଚ୍ଥତା ସଂପର୍କରେ ନିଜ ମତ ରଖିଥିଲେ ।

Related Posts

About The Author

Add Comment