ଅସହାୟ ରମେଶକୁ ନୂଆ ଆଲୋକ ସଂଗଠନର ସହାୟତା

Spread the love

ଯାଜପୁର, ୨୦ /୩ (ସନ୍ଧାନ ନିଉଜ/ଅନିତା ବେହେରା ) – ବଡଚଣା ବ୍ଲକ ଅନ୍ତର୍ଗତ ଭୂଷଣ୍ଡପୁର ଗ୍ରାମ ପଂଚାୟତର ଗୁପଚୁପ୍ ବେପାରୀ ରମେଶ ଚନ୍ଦ୍ର ଠାକୁର । ଦୀର୍ଘ ୧୧ ବର୍ଷ ଧରି ସେ ଉକ୍ତ ପଂଚାୟତର ଖଣ୍ଡିଆବନ୍ଦୀ ଗ୍ରାମରେ ବସବାସ କରିବା ସହ ଗୁପଚୁପ୍ ବେପାର କରି ସ୍ତ୍ରୀ, ଦୁଇଝିଅ ଓ ଗୋଟିଏ ପୁଅ କୁ ପ୍ରତିପୋଷଣ କରୁଥିଲେ । ବିଧିର ବିଧାନ ଅତି ବିଚିତ୍ର ପରିବାରର ବୋଝ ତୁଲାଇ ନପାରି ଚିନ୍ତାଗ୍ରସ୍ତ ଅବସ୍ଥାରେ ରହିବାରୁ ତାହାର ବ୍ରେନ ଷ୍ଟ୍ରୋକ ହେବା ଫଳରେ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲା । କାହାର ସହେଯାଗ ବିନା ତାହାର ପତ୍ନୀ ସଞ୍ଜୁ ଦେବୀ କଟକ ବଡମେଡିକାଲ କୁ ନେଇ ଯାଇଥିଲା । ସେଠାରେ ୯ ଦିନ କାଳ ଅସହାୟ ଅବସ୍ଥାରେ ରମେଶ ପଡି ପଡି କୈାଣସି ଉନ୍ନତି ନହେବାରୁ ତାକୁ ଡାକ୍ତର ମାନେ ଡାକ୍ତରଖାନା ପରିତ୍ୟାଗ ପତ୍ର ଦେଇ ଘରକୁ ବିଦା କରିଦେଇଥିଲେ । ତେବେ ସରକାରୀ ଡାକ୍ତର ଖାନାରେ ଗରିବଙ୍କ ପାଇଁ କେହି ସହାୟ ନାହାଁନ୍ତି ବୋଲି ପତ୍ନୀ ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିବା ସହ ଡାକ୍ତର ମାନଙ୍କର ବ୍ୟବହାରରେ ସେ ଅତ୍ୟନ୍ତ ବ୍ୟତିଥ , ତୋର ଯଦି କେହି ନାହାଁନ୍ତି ତେବେ ରୋଗୀକୁ ନେଇ ଶିଘ୍ର ଘରକୁ ପଳା ବୋଲି କହି ତାକୁ ବିଦା କରିଦେଲେ । ଏପରି କି ଦିନକୁ ଥରେ ବି ତା ପାଖକୁ କୈାଣସି ଡାକ୍ତର ବି ଆସି ନଥିଲେ ବୋଲି ପତ୍ନୀ ଆକୁଳ ଭରା ଅଭିଯୋଗ ଆଣିଛନ୍ତି । ଏହି କେଶକୁ ବଡଚଣା ବି ଡି ଓ ପୂର୍ଣ୍ଣ ଅବଗତ ଥିଲେ ମଧ୍ୟ ତାଙ୍କ ତରଫରୁ କୈାଣସି ପଦେକ୍ଷପ ନିଆଯାଇ ନାହିଁ । ଏପରି ଅବସ୍ଥାରେ ଯାଜପୁର ଜିଲ୍ଲାର ନରସିଂହପୁର ପଂଚାୟତର ହରିପୁର ଗ୍ରାମରେ ଗତ ୧୭ ତାରିଖରେ ନୂଆକରି ଆତ୍ମପ୍ରକାଶ କରିଥିବା ନୂଆଆଲୋକ ସ୍ୱେଚ୍ଛାସେବୀ ସଂଗଠନ ଏହି ଖବର ପାଇବା ପରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଷ୍ଠାନ ତରଫରୁ ସଭାପତି ବଳେଦବ ଦାସ, ସଂପାଦକ ଜନ୍ମେଜୟ ମହାନ୍ତି , ସହ ସଂପାଦିକା ସଙ୍ଘମିତ୍ରା ଦଳାଇ, କୋଷାଧ୍ୟକ୍ଷ ସନାତନ ବରାଳଙ୍କ ସମେତ ଅନୁଷ୍ଠାନର ଅନ୍ୟତମ ଉପେଦଷ୍ଠା ଅନିରୁଦ୍ଧ ସାମନ୍ତ ରାୟ ସେଠାରେ ପହଂଚି ପ୍ରଥମ ପର୍ଯୟାୟରେ ୧ହଜାର ଟଙ୍କା ସହିତ ଦୁଇଖଣ୍ଡ ବସ୍ତ୍ର କିଛି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିବାର ଜଣା ପଡିଛି ।ତେବେ ଅନୁଷ୍ଠାନର ପରବର୍ତୀ କାର୍ଯ୍ୟକ୍ରମ ସ୍ୱରୂପ ଆଜି ସହସଂପାଦିକା ସଙ୍ଘମିତ୍ରା ଦଳାଇ ତାଙ୍କର ୩ ଗୋଟି ଅସହାୟ ଶିଶୁଙ୍କ ନିମନ୍ତେ ଶିକ୍ଷା ଓ ଭରଣ ପୋଷଣ ବ୍ୟବସ୍ଥା କରିଥିବାର ଜଣା ଯାଇଛି । ତେବେ ଅନୁଷ୍ଠାନ ଯାଜପୁର ଜିଲ୍ଲା ପାଳଙ୍କୁ ଉକ୍ତ ରୋଗୀର ଚିକିତ୍ସା ନିମନ୍ତ ସମସ୍ତ ବ୍ୟବସ୍ଥା କରିବାକୁ ବିନମ୍ର ଅନୁରୋଧ କରିଛି ।

Related Posts

About The Author

Add Comment