ଅଙ୍ଗନବାଡି ସ୍ୱାମୀଙ୍କୁ ଭୁଜାଲିରେ ଆକ୍ରମଣ ଅଭିଯୋଗ

Spread the love
ହାଟଡ଼ିହି, ୧୦/୦୬ (ସନ୍ଧାନ ନିଉଜ) : ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ଅମୃତପୁର ଗ୍ରାମରେ ରୋଗୀ ଚିକିତ୍ସା କରିବାକୁ ଯିବା ସମୟରେ ଅଙ୍ଗନବାଡି କର୍ମୀଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କ ସ୍ୱାମୀଙ୍କୁ ଭୁଜାଲିରେ ଆକ୍ରମଣ କରି ଆହତ କରିଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଅଙ୍ଗନବାଡି କର୍ମୀ ସାବିତ୍ରୀ ଭୁତିଆ ତାଙ୍କ ସ୍ୱାମୀ ମକରଧ୍ୱଜ ଭୁତିଆଙ୍କ ବାଇକରେ ବସି ଅନ୍ତସତ୍ୱା ଥିବା ସୁମ୍ରିତା ବାରିକଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବଚଝିବାକୁ ତାଙ୍କ ଘରକୁ ଯାଉଥବବାବେଳେ ବାଟରେ ଛକି ବସିଥିବା ଗ୍ରାମର ଶରତ କୁମାର ଦାସ, ସୁଶାନ୍ତ ଦାସ, ଜୟନ୍ତ ଦାସ, ରଞ୍ଜନ ଭୁତିଆ ପ୍ରମୁଖ ବ୍ୟକ୍ତିମାନେ ତାଙ୍କୁ ଗାଳିଗୁଲଜ କରି ମଟର ସାଇକେଲରୁ ଘୋଷାରି ଆଣିଥିଲେ । ମକରଧ୍ୱଜ ଏହାକୁ ବିରୋଧ କରିବାରୁ ସେମାନେ ଏକ ଭୁଜାଲିରେ ହାଣି ତାଙ୍କୁ କ୍ଷତାକ୍ତ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ଆକ୍ରମଣ ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଶାଳଣିଆଁ ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହାକୁନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ମନରେଗା ଯୋଜନା କାମ ବିବାଦକୁ ନେଇ ଏପରି ହୋଇଥିବା ଶୁଣିବାକୁ ମିଳିଛି ।

Related Posts

About The Author

Add Comment