ସୁବର୍ଣ୍ଣପୁର (ସନ୍ଧାନ ନିଉଜ) : ଜଣେ ୯ ବର୍ଷର ଝିଅ ୨୫ ଫୁଟ ଗଭୀର କୂଅକୁ ଡେଇଁ ନିଜ ସାନ ଭଉଣୀର ଜୀବନ ରକ୍ଷା କରିଛି। ତା’ର ଏହି ସାହସିକତା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରୁ ୭ କିମି ଦୂର ବଡ଼ଭଇଁରୋ ପଞ୍ଚାୟତ କେନ୍ଦୁମୁଣ୍ଡା ନିବାସୀ ଲକ୍ଷ୍ମୀଚରଣ ବାଘଙ୍କ ୩ ବର୍ଷର ଝିଅ ମିଲି ତା’ର ବଡ଼ ଭଉଣୀ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଝିଲି ବାଘ (୯) ଓ ଝିଲିଙ୍କ ସାଙ୍ଗ ରୀତାଞ୍ଜଳି ବଗର୍ତ୍ତୀ (୯) ଘର ସମ୍ମୁଖ ବଗିଚାରେ ଖେଳୁଥିଲେ। ଏହି ସମୟରେ ଏକ ଖୋଲା କୂଅରେ ମିଲି ପଡ଼ି ଯାଇଥିଲା। ମିଲି କୂଅରେ ପଡ଼ିଯିବା ଦେଖି ବଡ଼ ଭଉଣୀ ଝିଲି ସଙ୍ଗେ ସଙ୍ଗେ ତାର ସାଙ୍ଗ ରୀତାଞ୍ଜଳିକୁ ଶୀଘ୍ର ଘର ଲୋକଙ୍କୁ ଡାକି ଆଣିବାକୁ କହି ନିଜେ କୂଅକୁ ଡେଇଁ ପଡ଼ିଥିଲା। କୂଅରେ ଝିଲିର ବେକ ପର୍ଯ୍ୟନ୍ତ ପାଣି ଥିବା ସତ୍ତ୍ୱେ ସେ ନିଜ ଛୋଟ ଭଉଣୀକୁ ଟେକି ଧରିଥିଲା। ଖବର ପାଇ ପରିବାର ଲୋକଙ୍କ ସହ ଗ୍ରାମବାସୀ ସେଠାରେ ପହଞ୍ଚି ଦଉଡ଼ି ସାହାଯ୍ୟରେ ୨ ଭଉଣୀଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ସାହସୀ ଝିଅ ଝିଲିଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।
ତାଜା ଖବର
- ରାଜ୍ୟ ସରକାରଙ୍କ ଦ୍ୱାରା ଅତିଶିଘ୍ର ନାରୀ ସୁରକ୍ଷା ପାଇଁ “ଶକ୍ତି ଶ୍ରୀ” ଯୋଜନାର ହେବ ଶୁଭାରମ୍ଭ
- ପ୍ତାହିକ ହାଟରେ ଛୁରା ମାଡ , ଯୁବକ ଗୁରୁତର
- ଓଡ଼ିଶା ବନ୍ଦ ଯୋଗୁଁ ଦିନକରେ ୧୫୦୦କୋଟି କ୍ଷତି ସହିଲେ ସାଧାରଣ ଜନତା
- ସବଡେଗା ଓଡ଼ିଶା ବନ୍ଦ ଡାକରା ସଫଳ
- ଦଇବ ସାଧିଲା ଦାଉ ଯୁବ ବ୍ୟାଙ୍କ କର୍ମଚାରୀ ଙ୍କ ଅକାଳ ମୃତ୍ୟୁ। ପୁରୁଷ ଶୂନ୍ୟ ହେଲା ପରିବାର।
- ଉମେଶ ଜେନା ନେତୃତ୍ୱରେ ବିଜେଡ଼ି ସରପଂଚ ବିଜେପି ମିଶିଲେ
- ବୋଲବମ ଭକ୍ତମାନେ ଶ୍ରାବଣୀ ଭାର ନେଇ ଶିବାଳୟକୁ ଗଲେ
- ବ୍ରହ୍ମବରଦା ପ୍ରେସକ୍ଲବ ଆନୁକୁଲ୍ୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଟିତ
- କନ୍ଧମାଳରେ କଳାହାଣ୍ଡି ପୋଲିସକୁ ମାଡ଼ ମାରିବା ଘଟଣାରେ ୨ ଗିରଫ
- ଓଡ଼ିଶା କଂଗ୍ରେସ ସହିତ ବାମପନ୍ଥୀ ଙ୍କ ଆସନ୍ତାକାଲି ରାଜ୍ୟବ୍ୟାପୀ ବନ୍ଦ ଡାକରା