୮ବର୍ଷର ଶିଶୁ ମୁହଁରେ ଫାଟିଲା ବେଲୁନ୍‌, ଡାକ୍ତରଖାନାରେ ହେଲା ମୃତ୍ୟୁ

Spread the love

ବଲ୍ଲଭଗଢ଼, ୨୯/୧ (ସନ୍ଧାନ ନିୟୁଜ) : ବଲ୍ଲଭଗଢ଼ରେ ସୋମବାର ଜିଲ୍ଲା ପରିଷଦର ପୂର୍ବତନ ଚେୟାରପର୍ସନ୍‌ଙ୍କ ଘରେ ଧୁମ୍‌ଧାମ୍‌ରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା। ସମସ୍ତେ ବେଶ୍‌ ହସଖୁସିରେ ମଜାମସ୍ତି କରୁଥାଆନ୍ତି। ଆଖି ପିଛୁଳାକେ ଏହି ଖୁସିର ମୂହୁର୍ତ୍ତ ଦୁଃଖ ଭରି ଯାଇଥିଲା। କାନ୍ଦ ବୋବାଳି ଆରମ୍ଭ ହୋଇଯାଇଥିଲା। ଏହି ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପରିବାର ସହିତ ଆସିଥିବା ୮ବର୍ଷ ଶିଶୁର ମୁହଁରେ ବେଲୁନ୍‌ ଫାଟି ଯିବା ହେତୁ ତାର ମୃତ୍ୟୁ ହୋଇଯାଇଥିଲା। ଏହି ଶିଶୁଟି ଘର ବାହାରେ ବେଲୁନ୍‌ରେ ଖେଳୁଥିଲା।

ସୂଚନାଯୋଗ୍ୟ, ମୁକେଶ ଭାଟିଙ୍କ ପତ୍ନୀ ଯୋଗିତା ଭାଟି ପୂର୍ବତନ ଜିଲ୍ଲା ପରିଷଦର ଚ୍ୟାୟରପର୍ସନ୍‌ ରହିଥିଲେ। ମୁକେଶ ଭାଟି ଅନେକ ଦିନ ହେବ ନିଜ ପରିବାର ସହିତ ବଲ୍ଲଭଗାଢ଼ ସହରରେ ଯାଦବ କଲୋନିରେ ବସବାସ କରୁଥିଲେ। ସୋମବାର ମୁକେଶ ଭାଟିଙ୍କ ଭଣଜକୁ କନ୍ୟାଘର ପକ୍ଷ ଦେଖିବାକୁ ଆସିବାର ଥିଲା। ଘରର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସମ୍ପର୍କୀୟମାନେ ବି ଘରେ ଉପସ୍ଥିତ ଥିଲେ। ମୁକେଶ ଭାଟିଙ୍କ ଭାଣିଜୀ ପୁନମ ବି ନିଜ ପିଲାଙ୍କ ସମେତ ଏହି କର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆସିଥିଲେ।

ଏହି ସମୟରେ ପୁନମଙ୍କ ଆଠବର୍ଷର ପୁଅ ଘର ବାହାରେ ଅନ୍ୟ ପିଲାଙ୍କ ସହ ଖେଳୁଥିଲା। ବେଲୁନ୍‌ ଫୁଙ୍କୁ ଥିବା ସମୟରେ ଅଧିକ ପବନ ପଶିଯିବା ହେତୁ ବେଲୁନ୍‌ ଟି ଫାଟି ଯାଇଥିଲା। ଏହାପରେ ଅନୁଜ ପୁଣିଥିରେ ଫାଟିଥିବା ବେଲୁନ୍‌ ମୁହଁରେ ଭରି ଫୁଲାଉ ଥିବା ବେଲେ ମୁହଁ ଭିତରେ ହିଁ ବେଲୁନ୍‌ ଫାଟି ଯାଇଥିଲା। ଫଳରେ ଫୁଟା ହୋଇଥିବା ବେଲୁନ୍‌ର ଏକ ଛୋଟ ଅଂଶ ପିଲାର ଶ୍ୱାସନଳୀରେ ଫସି ଯାଇଥିଲା। ନିଶ୍ୱାସ ନେଇ ନପାରିବାରୁ ସେ ଅଚେତ ପଡ଼ି ଯାଇଥିଲା। ପରିବାରଲୋକେ ତାକୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ସେଠାରେ ଶିଶୁକୁ ମୃତ ବୋଲି ଘୋଷଣା କରିଥିଲେ।

Related Posts

About The Author

Add Comment