ଜେନାପୁର/୨୪/୦୪/ସନ୍ଧାନ ନ୍ୟୁଜ୍) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ସାହାଣିଢିହ ପଞ୍ଚାୟତର ଚାରଗୋଠ ଗ୍ରାମର ବାଉରୀବନ୍ଧୁ ରାଉତଙ୍କ ପୁଅ ଶିବୁ ରାଉତ ଡାକ ନାଁ ବଗ ବୟସ( ୬ )ଆଜି ପ୍ରାୟ ସନ୍ଧ୍ୟା ୭ ଘଟିକା ସମୟରେ ଟିୟୁସନ୍ ସାରି ଘରକୁ ଆସି କିଛି ସମୟ ରହିଲା ପରେ କେଉଁ ଆଡେ ଗଲେ ଆଉ ତାଙ୍କୁ ଦେଖିବାକୁ ମିଳିନଥିଲା , ଶିବୁର ପରିବାର ଓ ଗ୍ରାମବାସୀ ବହୁ ଖୋଜା ଖୋଜି କରିବା ପରେ ତାଙ୍କୁ କେଉଁଠି ପାଇନଥିଲେ , ଗ୍ରାମ ପାଖ ଖାଦାନ ନିକଟରୁ ତା’ର ପିନ୍ଧି ଥିବା ପ୍ୟାଣ୍ଟ୍ ପଡିଥିବାର ଘର ଲୋକେ ଦେଖି ଚିହ୍ନଟ କରିଥିଲେ । ଖବର ପାଇ ଜେନାପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିଥିଲେ, ପାଖରେ ଏକ ପାଣି ଜମିଥିବା କଳା ପଥର ଖାଦାନ କୁ ଦେଖି ପୋଲିସ୍ ର ସନ୍ଧେହ ହେବାରୁ ସଙ୍ଗେ ସଙ୍ଗେ ଚେଡେଇ ଧରା ଅଗ୍ନିଶମ ବାହିନୀ କୁ ଡକାଇ, ଆଖ ପାଖ ଖାଦାନ ଓ ଜମି ରହିଥିବା ପାଣି ପାଖରେ ଖୋଜା ଖୋଜି ଜାରି ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି,, ଶୁଣିବାକୁ ମିଳୁଛି କିଏ କହୁଛି ପାଣିରେ ବୁଡ଼ି ଯାଇଥିବ ତ କିଏ କହୁଛି ଏବେ ଛୁଆ ଚୋର ମାତିଛନ୍ତି, ପୁଣି କିଏ କହୁଛି କୌଣସି ଶତ୍ରୁ ତାକୁ ନେଇ କିଏ କିଛିବି କରିଥାଇ ପାରେ, ଦେଖାଯାଉ ପୋଲିସ୍ ତ ତଦନ୍ତ ଜାରି ରଖିଛି ,
୬ ବର୍ଷରର ଶିଶୁପୁତ୍ର ନିଖୋଜ୍ ଅଭିଯୋଗ ପୋଲିସ୍ ର ତଦନ୍ତ ଜାରି,
|
April 24, 2025 |
