କଟକ,୨୭।୦୫।୨୦୨୪(ସନ୍ଧାନ ନ୍ୟୁଜ୍) : ୪୨ମୌଜାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୪୨ମୌଜା ବିକାଶ ପରିଷଦର ସଭାପତି ଆଡଭୋକେଟ କେଶବ ଚନ୍ଦ୍ର କରଙ୍କ ପ୍ରସ୍ତାବ କ୍ରମେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର ରଖିଥିବା ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ସହ ସମ୍ମାନିତ କରାଯାଇଛି। ରାଉତରାପୁର ଗ୍ରାମର ତନଜିଲା ମିର୍ଜା ଓ ବହଳପଡା ଗ୍ରାମର ଶ୍ରୀଜିତ ଜେନା ଉଭୟେ ୫୪୦ ନମ୍ୱର୍ ରଖି ଯୁଗ୍ମ ପ୍ରଥମ ହୋଇଥିବା ବେଳେ ପଟଣା ଗ୍ରାମର ପ୍ରୀତିଲିପ୍ସା ଦାସ ୫୨୯ ନମ୍ୱର୍ ରଖି ଦ୍ଵିତୀୟ ଏବଂ ଦଧିବାମନପୁର ମହାପାତ୍ର ସାହିର ଶୁଭଶ୍ରୀ ମହାପାତ୍ର ୫୨୬ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପରିଷଦ ପକ୍ଷରୁ ସମ୍ପାଦକ ନାଟ୍ୟକାର ସନ୍ତୋଷ କୁମାର ପତି, କୋଷାଧ୍ୟକ୍ଷ ଭଜକୃଷ୍ଣ ଲେଙ୍କା, ଉପଦେଷ୍ଟା ପ୍ରମୋଦ କୁମାର ମହାପାତ୍ର ଓ ଦୀପ୍ତି ରଞ୍ଜନ ଶତପଥୀ ପ୍ରମୁଖ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ମିଷ୍ଠାନ ଖୁଆଇ ଶୁଭେଚ୍ଛା ସହ ଶୁଭ କାମନା ଜଣାଇଥିଲେ।
୪୨ ମୌଜା ବିକାଶ ପରିଷଦ ପକ୍ଷରୁ ମାଟ୍ରିକ ଟପ୍ପରଙ୍କୁ ଅଭିନନ୍ଦନ ଓ ସମ୍ୱର୍ଦ୍ଧନା
|
May 28, 2024 |