୪ଦିନ ଭିତରେ ନିଷ୍କ୍ରିୟ ହୋଇଯିବ ପାନ୍‌କାର୍ଡ

Spread the love

ନୂଆଦିଲ୍ଲୀ,୨୭/୩ (ସନ୍ଧାନ ନିୟୁଜ ): ପାନ୍‌କାର୍ଡ ଜରୁରୀ ଦସ୍ତାବିଜ ମଧ୍ୟରୁ ଗୋଟିଏଯ ଆପଣଙ୍କୁ ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିବା ହେଉ ଅବା ଆୟକର ରିଟର୍ଣ୍ଣ ଭରିବା ହେଉ, ପାନ୍‌ କାର୍ଡ ବିନା କୌଣସି କାମ ହୋଇ ପାରିବ ନାହିଁ। ସରକାର ଆର୍ଥିକ କାରବାର ପାଇଁ ବି ପାନ୍‌ କାର୍ଡକୁ ଅନିବାର୍ଯ୍ୟ କରି ଦେଇଛନ୍ତି। ଏପରି କ୍ଷେତ୍ରରେ ଯଦି ଆପଣ ପାନ୍‌ କାର୍ଡ ସହିତ ଜଡ଼ିତ ଜରୁରୀ କାମ ଶେଷ କରି ନାହାନ୍ତି ତେବେ ଏହା ରଦ୍ଦ ହୋଇଯିବ ବୋଲି ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ସରକାର ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରିବାକୁ ଅନିବାର୍ଯ୍ୟ କରି ଦେଇଛନ୍ତି। ପାନ୍‌ କାର୍ଡକୁ ଆଧାର କାର୍ଡ ସହିତ ଯୋଡ଼ିବାର ଅନ୍ତିମ ତାରିଖ ୨୦୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି। ଆୟକର ଆକ୍ଟର ଧାରା ୧୩୯ଏଏ ଜରିଆରେ ଚଳିତ ବର୍ଷ ମାର୍ଚ୍ଚ ୩୧ସୁଦ୍ଧା ଆପଣ ଯଦି ପାନ୍‌ ସହିତ ଆଧାର ଲିଙ୍କ୍‌ କରି ନାହାନ୍ତି ତେବେ ଆଗକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ଆପଣଙ୍କ ପାନ୍‌ କାର୍ଡ ନିଷ୍କ୍ରିୟ ହୋଇଯିବ।

ସୂଚନାଯୋଗ୍ୟ, ଗତବର୍ଷ ସରକାର ୧୧.୪୪ଲକ୍ଷ ପାନ୍‌ କାର୍ଡକୁ ବନ୍ଦ କରି ଦେଇଛନ୍ତି ଅଥବା ନିଷ୍କ୍ରିୟ ତାଲିକାରେ ପକାଇ ଦେଇଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ଏହି କାମ ପୂରା କରି ନିଅନ୍ତୁ। ଯଦି ଏହାକୁ ଅଣଦେଖା କରିବେ ତେବେ ଆପଣଙ୍କ ପାନ୍‌ କାର୍ଡ ବି ନିଷ୍କ୍ରିୟ ତାଲିକାକୁ ଆସିଯିବ।

ତେବେ ଆପଣ ଘରେ ବସି ବି ଆଧାରକାର୍ଡ ଲିଙ୍କ୍‌ କରିପାରିବେ

୧. ଆୟକର ବିଭାଗର ଇ-ଫାଇଲିଙ୍ଗ େଓ୍ଵବସାଇଟ ଅର୍ଥାତ୍‌ www.incometaxindiaefiling.gov.inକୁ ଯାଇ ଲଗ୍‌ଇନ୍‌ କରନ୍ତୁ। ଯଦି ଆପଣ ରେଜିଷ୍ଟର ନାହାନ୍ତି ତେବେ ପ୍ରଥମେ ରେଜିଷ୍ଟର କରନ୍ତୁ। େଓ୍ଵବସାଇଟ୍‌ର ହୋମ୍‌ପେଜ୍‌ରେ ହିଁ ‘ଲିଙ୍କ ଆଧାର’ ର ବିକଳ୍ପ ଦେଖିବାକୁ ମିଳିବ। ଯାହକୁ କ୍ଲିକ୍‌ କରିବାକୁ ହେବ। ଏଠାରେ ଦିଆଯାଇଥିବା ସେକ୍‌ସନ୍‌ରେ ନିଜର ଆଧାର ନମ୍ବର ଦେବାକୁ ପଡ଼ିବ।

୨. ତା’ପରେ ତଳେ ଦିଆଯାଇଥିବା ‘ଲିଙ୍କ ଆଧାର’ ଅପସନ୍‌ ଉପରେ କ୍ଲିକ୍‌ କରନ୍ତୁ।

୩. ଏମିତି କରିବା ଦ୍ୱାରା ଆପଣଙ୍କ ଆଧାର ଲିଙ୍କ୍‌ ହୋଇଯିବ।

୪. ଏତଦ୍‌ବ୍ୟତୀତ ଆପଣ ଏସ୍‌ଏମ୍‌ଏସ୍‌ ଜରିଆରେ ନିଜର ପାନ୍‌ରୁ ଆଧାର ସହିତ ଲିଙ୍କ୍‌ କରି ପାରିବେ।

୫. ଆପଣ ଇନ୍‌କମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟର କହିଥିବା ୫୬୭୬୭୮ କିମ୍ବା ୫୬୧୬୧ରେ ଏସ୍‌ଏମ୍‌ଏସ୍‌ ପଠାଇ ଆଧରେକୁ ପାନ୍‌ରେ ଲିଙ୍କ୍‌ କରି ପାରିବେ।

Related Posts

About The Author

Add Comment