ବାରିପଦା, 17/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ମୟୁରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଏକ ଦାବି ପତ୍ର ଉପସ୍ଥାପନ କରା ଯାଇଛି । ଏହି ଦାବି ପତ୍ରରେ ୪ଦଫା ଦାବି ସଂପର୍କରେ ମାସା ଆର୍ମୀ ପକ୍ଷରୁ ଉଲ୍ଲେଖ ରହିଛି । ତେବେ ବଣ୍ଡାବ ଠାରେ ମାଓ ଆକ୍ରମଣ ଜନିତ ଗୁଳିକାଣ୍ଡରେ ୩ ପୁଲିସ କର୍ମଚାରୀ ସହିଦ ହେବା ଘଟଣାକୁ ଇତି ମଧ୍ୟରେ ୧୧ବର୍ଷ ପୂରି ଯାଇଥିବା ବେଳେ ଏହା ମାଓବାଦୀ ଷଡଯନ୍ତ୍ର ଥିଲା ନା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଷଡଯନ୍ତ୍ର ବୋଲି ମାସ ପକ୍ଷରୁ ପ୍ରଶ୍ନ କରାଯିବା ସହିତ ଏହାର କ୍ରାଇମ ବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତ ଦାବି କରିଛି । ଏଣୁ ସହିତ ବଣ୍ଡାବ ଗୁଳିକାଣ୍ଡ ଘଟଣାରେ ସହିଦଙ୍କ ପରିବାରକୁ ଏ ଯାଏଁ ସରକାର ଜମି ଯୋଗାଇ ଦେଇ ନଥିବା ବେଳେ ତୁରନ୍ତ ଜମି ଯୋଗାଇ ଦେବାକୁ ଦାବି କରିଛି । ଏହା ବ୍ୟତୀତ ବିଶୋଇ ହାଟରେ ମହିଳା ପୁଲିସ ଓ ହାଣ୍ଡିଆ ବିକାଳି ମହିଳାଙ୍କ ମଧ୍ୟରେ ଘଟିଥିବା ମାରପି ଟି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ମାସ ଦାବି କରିଛି । ଏହା ସହି ତ ମୟୂରଭଞ୍ଜରେ ଗରିବ ଆଦିବାସୀଙ୍କ ଉପରେ ହେଉଥିବା ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ମାସ ଦାବି କରିଛି । ତବେ ଦୀର୍ଘ ୧୧ବର୍ଷ ପରେ ବଣ୍ଡାବ ଗୁଳିକାଣ୍ଡ ଘଟଣା ସଂପର୍କରେ କ୍ରାଇମବ୍ରାଞ୍ଚ ଏବଂ ସିବିଆଇ ତଦନ୍ତ ଦାବି କରି ମାସା ସୁଚିନ୍ତିତ ଢଙ୍ଗରେ ଏକ ରାଜନୈତିକ ଗୋଟି ଚାଳନା କରିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୦୯ ମସିହା ଅକ୍ଟୋବର ୧୩ ତାରିଖରେ ଶୁଳି ଆପଦା ଥାନା ବଣ୍ଡାବ ପଡିଆ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଉଥିବା ବେଳେ ମାଓ ଆକ୍ରମଣରେ ୩ଜଣ ପୁଲିସ କର୍ମଚାରୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସେଦିନ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଜେଏମଏମର ତତ୍କାଳୀନ ରାଜ୍ୟ ସଭାପତି ସୁଦାମ ମାରାଣ୍ଡି ତଥା ବର୍ତ୍ତମାନର ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ । ତେବେ ମାସା ଆର୍ମୀ ପକ୍ଷରୁ ଏହି ୪ ଦଫା ଦାବିରେ ଥିବା ବଣ୍ଡାବ ଗୁଳିକାଣ୍ଡ ସଂପର୍କରେ ତଦନ୍ତ ପ୍ରସଙ୍ଗ ରେ କାହାକୁ ଟାର୍ଗେଟ କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ ।
୪ଦଫା ଦାବିରେ ଏସ୍ପିଙ୍କୁ ଦରଖାସ୍ତ ଦେଲା ‘ମାସା’
|
October 17, 2020 |
