୨ ସାମ୍ୱାଦିକଙ୍କ ପରିବାରକୁ ସାମ୍ୱାଦିକ କଲ୍ୟାଣ ପାଣ୍ଠିରୁ ସହାୟତା ପ୍ରଦାନ

Spread the love

ଯାଜପୁର, ତା ୭ା୯, (ସନ୍ଧାନ ନିଉଜ): ମୋ ସ୍ୱାମୀ ଥିଲେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି । ତାଙ୍କ ମୃତ୍ୟୁ ପରେ ମୁଁ ଓ ମୋର ଏକମାତ୍ର ପୁତ୍ର ବେସାହାରା ହୋଇପଡିଥିଲୁ । ପୁଅର ପଢାପଢି, ଆମେ ଖାଇବା, ରହିବା ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା । ସରକାରଙ୍କୁ ଆବେଦନ କରିଥିଲି ସାମ୍ୱାଦିକ କଲ୍ୟାଣ ପାଣ୍ଠିରୁ ସହାୟତା ପାଇଁ । ସରକାର ଆମ କଥା ଶୁଣିଚ୍ଥନ୍ତି । ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଚ୍ଥନ୍ତି ମୋ ମୃତ ସ୍ୱାମୀଙ୍କ ବିୟୋଗ ପରେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ମୁଁ ଅନ୍ତରରୁ ଗଭୀର ଧନ୍ୟବାଦ ଓ କୃତଜ୍ଞତା ଜଣାଊଚ୍ଥି ବୋଲି କହିଚ୍ଥନ୍ତି ଯାଜପୁର ପୈାରାଂଚଳ କୁଆଁସରପୁରର ସାମ୍ୱାଦିକ ସ୍ୱର୍ଗତ ଊତ୍କଳ କୁମାର ଜେନାଙ୍କର ବିଧବା ପତ୍ନୀ ହରିପ୍ରିୟା ମିତ୍ର । ସଂଚାର ଖବର କାଗଜରେ କାର୍ଯ୍ୟ କରୁଥିବା ଊତ୍କଳଙ୍କୁ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେବା ବେଳେ ଗୋପବନ୍ଧୁ କାର୍ଯ୍ୟରତ ସାମ୍ୱାଦିକ ସ୍ୱାତ୍ସ୍ୟବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଏମ୍‌.ବି.ସି. ବୈଦୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବଡଚଣା ବ୍ଳ୍‌କ ସୁଙ୍ଗୁଡା ଗ୍ରାମର ଅନିରୁଦ୍ଧ ସାମନ୍ତରାୟଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ଅନିରୁଦ୍ଧଙ୍କ ପତ୍ନୀ ଭାରତୀ ତ୍ରିପାଠୀଙ୍କ ନାମରେ ମଧ୍ୟ ଏହି ଅର୍ଥ ମଞ୍ଜୁର କରାଯାଇଚ୍ଥି । ରାଜ୍ୟ ସରକାରଙ୍କର କାର୍ଯ୍ୟରତ ସାମ୍ୱାଦିକ କଲ୍ୟାଣ ପାଣ୍ଠି ଯୋଜନାରୁ ଊଭୟଙ୍କ ପରିବାରକୁ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଇଲେକ୍ରେ୍ଟାନିକ୍ସ ଟ୍ରାନ୍‌ସପଂର ମାଧ୍ୟମରେ ୪ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଚ୍ଥି । ମଙ୍ଗଳବାର ପୂର୍ବାହ୍ନରେ ଜିଳାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଜିଲ୍ଳ୍‌ା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା ହରିପ୍ରିୟା ମିତ୍ରଙ୍କ ଘରକୁ ଯାଇ ଏହି ଅର୍ଥ ପ୍ରଦାନ ସଂପର୍କରେ ସୂଚନା ଦେବା ସହ ପାଶବୁକ୍‌ରେ ତାହା ଆସିଥିବାର ଦେଖିଥିଲେ । ଏହି ଅର୍ଥ ମୋ ପିଲାର ପାଠପଢା ଓ ମୋ ପରିବାର ଚଳିବାରେ ବିଶେଷ ଅବଦାନ ରଖିବ ବୋଲି ସେ କୋହ ଭରା କଣ୍ଠରେ ସୂଚନା ଦେଇଚ୍ଥନ୍ତି । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର କାର୍ଯ୍ୟରତ ସାମ୍ୱାଦିକ ମାନଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସହ କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁ ପାଇଁ ତାଙ୍କ ନିକଟ ସଂପର୍କୀୟଙ୍କୁ ୪ ଲକ୍ଷ ଓ କୋଭିଡରେ ମୃତ୍ୟୁ କ୍ଷେତ୍ରରେ ୧୫ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଊଚ୍ଥି । ଯାଜପୁର ଜିଲ୍ଳ୍‌ାର ସାମ୍ୱାଦିକ କଲ୍ୟାଣ ପାଣ୍ଠିରୁ ସ୍ୱର୍ଗତ ଊତ୍କଳ ଓ ଅନିରୁଦ୍ଧଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ କୋଭିଡରେ ମୃତ୍ୟୁ ପାଇଁ ସାମ୍ୱାଦିକ ସ୍ୱର୍ଗତ ଅଶୋକ କୁମାର ସାହୁ ଓ ସ୍ୱର୍ଗତ ପ୍ରଭାତ କୁମାର ରାଊତରାୟଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଇଚ୍ଥି । ଅନ୍ୟତମ ସାମ୍ୱାଦିକ ବାଲିଚନ୍ଦ୍ରପୁରର ସ୍ୱର୍ଗତ ରତିକାନ୍ତ ବଳଙ୍କର କୋଭିଡ ମୃତ୍ୟୁ ପାଇଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଅନୁମୋଦିତ ହୋଇଚ୍ଥି ଯାହାକି ଖୁବ୍ ଶିଘ୍ର ତାଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଚ୍ଥି ।

Related Posts

About The Author

Add Comment