ନଦୀରୁ ଯୁବତୀ ଉଦ୍ଧାର, ପିଉସା ଥାନରେ ଅଟକ

Spread the love

ଯାଜପୁର,୧୮/୯(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଯାବରା ଅଂଚଳରୁ ଗତ ୨୦ତାରିଖରୁ ଜଣେ ଯୁବତୀକୁ ରାଉତାରପୁର ନିକଟରୁ ଉଦ୍ଧାର କରାଯାଇଛି । ଏହି ନିଖୋଜ ହୋଇଥିବା ନେଇ ୨୨ତାରିଖ ଥାନାରେ ଏତଲା ହୋଇଥିଲା । ସୂଚନା ମୁତାବକ ନିଜର ପିଉସା ସହିତର କେରଳ ଯାଇଥିବା ନେଇ ସନେ୍ଦହ କରି ପୁଲିସ ପଚରାଉଚରା କରୁଥିଲା । ରବିବାର ବିଳମ୍ବିତ ରାତିରେ ପିଉସା ସହିତ ନାବାଳିକ ଜଣଙ୍କ ଜାବରା ଘରକୁ ଆସିଥିଲେ । କିନ୍ତୁ ପରେ ସେ ନଦୀକୁ ଡେଉଁପଡିଥିଲେ କି ତାଙ୍କୁ କେହି ପେଲି ଦେଇଛନ୍ତି ସେ ନେଇ ଆଶଙ୍କା ଜାତ ହୋଇଛି । ତେବେ ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ସରଗରମ ହୋଇଛି । କେତକ ଗଣମାଧ୍ୟମରେ ତାଙ୍କୁ ଧର୍ଷଣ କରାଯାଇ ନଦୀରେ ପିଙ୍ଗା ଯାଇଥିବା ନେଇ ଚର୍ଚ୍ଚା ହୋଇଛି । । ତେବେ ପୋଲିସ ଏହାକୁ ଖଣ୍ଡନ କରି ଅଧିକ ତଦନ୍ତ ଚଳାଇଛି । ଏଥିପାଇଁ ନାବାଳିକାର ପିଉସାକୁ ଥାନାରେ ଅଟକ ରଖାଯାଇ ଅଧିକ ତଦନ୍ତ ଚଳାଇଥିବା ଥାନା ପକ୍ଷରୁ ୁକହାଯାଇଛି ।

REPORT M ROUT

Related Posts

About The Author

Add Comment