ରାଇରଙ୍ଗପୁର, 16.01.2021 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଅଞ୍ଚଳରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ୍ । ଏହି ଅଞ୍ଚଳରେ ବାରମ୍ବାର ଲୁଟେରାମାନେ ଲୁଟ୍ କରିବାର ଲାଗିଛନ୍ତି । ଏଭଳି ଲୁଟ୍ ଘଟଣା ଘଟିଛି ବହଳଦା ଥାନା କାଙ୍କି ନିକଟରେ । ସୂଚନାଯୋଗ୍ୟ ଯେ, ବନ୍ଧନ ବ୍ୟାଙ୍କର ତିନି ଜଣ କର୍ମଚାରୀ ଦୁଇଟି ବାଇକରେ ଋଣ ଟଙ୍କା ସଂଗ୍ରହ କରି ଫେରୁଥିଲେ । ଏହି ସମୟରେ ଦୁଇଟି ବାଇକରେ ଚାରି ଜଣ ଲୁଟେରା କାଙ୍କି ନିକଟ ନିଛାଟିଆ ରାସ୍ତାରେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଅଟକାଇ ଥିଲେ । ଜୀବନରୁ ମାରିଦେବାକୁ ଧମକ ଦେଇ ଜଣେ ବ୍ୟାଙ୍କ କର୍ମଚାରୀ ନିକଟରୁ ଲକ୍ଷେ ୭୦ ହଜାର ଟଙ୍କା ନେଇ ଯାଇଥିବା ବେଳେ ୨୮ ହଜାର ଟଙ୍କା ନେଇ ପାରି ନ ଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ସ୍ଥାନରେ ଚେକିଂ ଆରମ୍ଭ କରିଛି । ସହରରେ ବାରମ୍ବାର ବାଇକ୍ ଲୁଟେରା ଗୋଟିଏ ପରେ ଗୋଟିଏ ଲୁଟ୍ ଘଟଣା ଘଟାଇ ଚାଲିଥିବା ବେଳେ ପୋଲିସ ଟେର ପାଉନଥିବାକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢ଼େଇ ଦେଇଛି ।