୧ ଜିଲ୍ଲା ପରିଷଦ, ୨ ସରପଞ୍ଚ ଓ ୧୪ ଓ୍ବାର୍ଡ ସଭ୍ୟ ପଦ ପାଇଁ ହେବ ଉପନିର୍ବାଚନ

Spread the love
  •  
  •  
  •  
  •  
  •  

ବାରିପଦା, ୦୭.୦୧.୨୦୨୧(ସନ୍ଧାନ ନିୟୁଜ୍/ ଲିଙ୍ଗରାଜ ପଣ୍ଡା):-ମୟୂରଭଞ୍ଜ ଜିଲାରେ ଗୋଟିଏ ଜିଲା ପରିଷଦ ଜୋନ, ଦୁଇଟି ସରପଞ୍ଚ ଏବଂ ୧୪ଟି ୱାର୍ଡମେମ୍ବର ପଦପାଇଁ ଉପନିର୍ବାଚନ ହେବା ସକାଶେ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପାଇଥିବା ଗତ ୪ ତାରିଖଠାରୁ ଆଦର୍ଶ ଆଚରଣ ବିଧି ନିର୍ବାଚନ ହେବାକୁ ଥିବା ପଞ୍ଚାୟତ ଅଂଚଳରେ ଆଗାମୀ ଫେବୃଆରୀ ୧୨‌ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ମୟୂରଭଞ୍ଜ ଜିଲାର ସାରସକଣା ବ୍ଲକ ଅଧୀନ ୫୬ ନମ୍ବର ଜିଲା ପରିଷଦ ଜୋନର ମେମ୍ବର ପାଇଁ ଏହି ଜୋନ ଅନ୍ତର୍ଗତ ୮ଟି ପଞ୍ଚାୟତ  ରାଜାଲୋକା, ଝାରପୋଖରିଆ, ଧାଙ୍ଗଡିଶୋଳ, ଭୂରଶାଣୀ, ଜାଲଦା, ଶୀର୍ଷ, ଉମାଦେଇପୁର ଓ ପାଣ୍ଡରା ପଞ୍ଚାୟତ ବାସୀ ମତଦାନ କରିବେ । ନିର୍ବାଚନ ହେବାକୁ ଥିବା ଜିଲ୍ଲାର ଦୁଇଟି ଗ୍ରାମଫଚାୟତ ସରପଞ୍ଚଙ୍କ ମଧ୍ୟରୁ ଉଦଳା ବ୍ଲକର ଶ୍ରୀଦାମଚନ୍ଦ୍ରପୁର ଫଚାୟତ ଏବଂ‌ କପ୍ତିପଦା ବ୍ଲକର ଜଡିଦା ପଞ୍ଚାୟତ ରହିଛି । ନିର୍ବାଚନ ହେବାକୁ ଥିବା ୧୪ଟି ପଞ୍ଚାୟତ ୱାର୍ଡମେମ୍ବରଙ୍କ ମଧ୍ୟରୁ ବାଙ୍ଗିରିପୋଷି ବ୍ଲକର ବ୍ରାହ୍ମଣଗାଁ ଫଚାୟତର ୧୦ ନମ୍ବର, ନାଫ୍ରି ଫଚାୟତର ୨୨ ନମ୍ବର ଓ କୁସୁମବନ୍ଧ ଫଚାୟତର ୬ ନମ୍ବର ୱାର୍ଡ; ଖୁଣ୍ଟା ବ୍ଲକର ଧାନଘେରା  ପଞ୍ଚାୟତର ୯ ନମ୍ବର, ବଡପେଣି ପଞ୍ଚାୟତର ୪ ନମ୍ବର ଓ ବାଙ୍ଗରା ପଞ୍ଚାୟତର ୧୧ ନମ୍ବର ୱାର୍ଡ, ଶାମାଖୁଣ୍ଟା ବ୍ଲକର କୋଚିଲାଘାଟି ଫଚାୟତର ୨୨ ନମ୍ବର, ରଙ୍ଗାମାଟିଆ ଫଚାୟତର ୯ ନମ୍ବର ସହ ବାଉଁଶବିଲ୍ଲା ଫଚାୟତର ୫ ନମ୍ବର, ୮ ନମ୍ବର ଓ ୨ ନମ୍ବର ୱାର୍ଡ, ତିରିଂ ବ୍ଲକର ପଣ୍ଡପାଣି ଫଚାୟତର ୭ ନମ୍ବର ୱାର୍ଡ ବାରିପଦା ବ୍ଲକର ଶଙ୍ଖ ଭଙ୍ଗା ଫଚାୟତର ୧୮ ନମର ଡ ଏବଂ ରାଇରଙ୍ଗପୁର ବ୍ଲକର କୁଲେଇଶିଳା ପଞ୍ଚାୟତର ୮ ନମ୍ବର ୱାର୍ଡ ବୋଲି ଜଣାଯାଇଛି ।

 

Related Posts

About The Author

Add Comment