୧୦ ଦଫା ଦାବୀରେ ଅଟଳ ଠିକାଦାର ମହାସଂଘ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ୪ ଘଣ୍ଟିଆ ପ୍ରତିକ ଧାରଣା

Spread the love

ତିହିଡି, ୧୬/୧୧ (ସନ୍ଧାନ ନିଉଜ) : ନିଖିଳ ଓଡିଶା ଠିକାଦାର ମହାସଂଘ ଡାକରାରେ ସମସ୍ତ ଠିକାଦାର ଏକଜୁଟ୍ ହୋଇଛନ୍ତି । ବିଗତ ୪ ତାରିଖ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହିତ ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକ ଧାରଣା ଦେଉଥିବା ଜଣାଯାଇଛି । ଶୁକ୍ରବାର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ସମସ୍ତ ଠିକାଦାର ସାମିଲ ହୋଇ ପ୍ରତିବାଦ କରିବା ସହିତ ୪ ଘଣ୍ଟିଆ ପ୍ରତିକ ଧାରଣାରେ ବସିଥିଲେ । ୨୦୧୪ ଆର୍ଥିକ ବର୍ଷରେ ସିଡିଲ୍ଡ ଦରରେ ୨୦୧୯ ଭିତ୍ତିରେ ପୂନଃ ଆକଳନ କରିବା, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ ଡାଟା ବ୍ଲକରେ ତୁରନ୍ତ ପ୍ରଚଳନ କରିବା, ଟେଣ୍ଡର ନିୟମାବଳୀ ପ୍ରଚଳନ, ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ୧୪.୯୯ ପ୍ରତିଶତର ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବା, ମାନ୍ୟବର ହାଇକୋର୍ଟର ବର୍ଦ୍ଧିତ ମୁଲ୍ୟ ନିର୍ଦ୍ଦେଶ ଅନୁଯାଇ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରୀର ଉଚିତ ନିର୍ଦ୍ଧାରଣ ଓ ଏନେଇ ଠିକାଦାରଙ୍କୁ ପ୍ରାପ୍ୟ ପ୍ରଦାନ, କୌଣସି ବାହ୍ୟ ସର୍ତ୍ତ ବ୍ୟତିତ କେବଳ ଲାଇସେନ୍ସ କ୍ଷମତା ଅନୁଯାଇ କାର୍ଯ୍ୟାଦ୍ଦେଶ ପ୍ରଦାନ କରିବା, କେବଳ ଲାଇସେନ୍ସ କ୍ଷମତା କାର୍ଯ୍ୟାଦ୍ଦେଶ ପ୍ରଦାନ କରିବା, ତେଲେଙ୍ଗାନା ସରକାରଙ୍କ ନୀତି ଅନୁଯାଇ ଜିଏସଟି ପାଇଁ ୧୦ ପ୍ରତିଶତ ଅଧିକ ପ୍ରାପ୍ୟ ପ୍ରଦାନ, ପୂର୍ବ ବ୍ୟବସ୍ତା ଅନୁଯାଇ ବିଭିନ୍ନ ସଞ୍ଜୟ ପତ୍ର ମାଧ୍ୟମରେ ସିକ୍ୟୁରିଟ୍ ପ୍ରଦାନ, ବ୍ୟବସ୍ତା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଓ ରୟାଲ୍ଟି ରସିଦ୍ ଦାଖଲ ନିର୍ଦ୍ଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା ଆଦି ୧୦ ଦଫା ଦାବୀରେ ଅଟଳ ରହିଛି ଏହି ମହାସଂଘ । ରାଜ୍ୟ ସରକାର ଏହି ପୂରଣ ନକରିବା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ଏବଂ ଆଗାମି ଦିନରେ ଆନ୍ଦୋଳନାତ୍ମକ ବାତାବରଣ ସୃଷ୍ଟି କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନି ଦିଆଯାଇଛି । ବରିଷ୍ଠ ଠିକାଦାର ରମେଶ ଚନ୍ଦ୍ର ବିଶ୍ୱାଳଙ୍କ ପୌରୋହିତ୍ୟରେ ଜିଲ୍ଲା ସଭାପତି କୁମୁଦବନ୍ଧୁ ମହାପାତ୍ର, ସୂର୍ଯ୍ୟ ନାରାୟଣ ମହାନ୍ତି, ପ୍ରଫୁଲ ଦାସ, ଅଜିତ ଦାସ, ରାଜକିଶୋର ସାହୁ, ସୂର୍ଯ୍ୟନାରାୟଣ ମହାନ୍ତି, ବିଦ୍ୟାଧର ଘଡେଇ, ସଞ୍ଜୟ ମହାନ୍ତି, ଅଶ୍ୱନୀ ଦାସ, ବିପିନ ବେହୁରା, କମଳାକାନ୍ତ ପଣ୍ଡା, କ୍ଷୀରୋଦ ଦାସ, ରାକେଶ ମହାପାତ୍ର, ରଘୁନାଥ ମଳିକ, ଖଗେଶ୍ୱର ତ୍ରିପାଠୀ, ସିମାନ୍ତ ଲେଙ୍କା, ନିମାଇଁ ନାୟକ, ଗୋପିନାଥ ମହାନ୍ତି, ମିହିର ନାୟକ, ଉମାକାନ୍ତ ପାଣିଗ୍ରାହୀ, ରାଜେଶ ପାଢୀ, ଅଭୟ ପୁହାଣ, ନୃସିଂହ ନାୟକ, ନୃତ୍ୟଗୋପାଳ ନାୟକ, ମାନସ ସାହୁ ପ୍ରମୁଖ ଜିଲ୍ଲା ବିଭିନ୍ନ ବ୍ଲକର ଠିକାଦାରମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment