ୟୁଥ ଫର ଆକ୍ସନ ତରଫରୁ ସ୍ୱଚ୍ଛ ଭାରତ ମିଶନ ଅଭିଯାନ

Spread the love

ଧର୍ମଶାଳା ୨୮/୧ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ୟୁଥ୍ ଫର୍ ଆକ୍ସନ୍ ତରଫରୁ ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ପଚ୍ଛ ଭାରତ ମିଶନ ଅଭିଯାନ କରାଯାଇ ସ୍ଥାନୀୟ ହରିଦାସପୁର ଷ୍ଟେସନ ଠାରୁ ମେଡିକାଲ ପ୍ରର୍ଯ୍ୟନ୍ତ ରାସ୍ତାକୁ ସଫା କରାଯାଇଛି । ଏଥିରେ ୩ ଟି ପଚାଂୟତରୁ ୫୦ ରୁ ଉର୍ଦ୍ଧ ଯୁବକ ମାନେ ସାମିଲ ହୋଇ ରାସ୍ତାକଡରେ ରହିଥିବା ଅଳିଆ ଆବର୍ଜନାକୁ ସଫା କରିଥିଲେ । ଏହି ଭାରତ ଅଭିଯାନରେ ହରିଦାସପୁର ରେଳ ଷ୍ଟେସନ ମ୍ୟାନେଜର ରାମଚନ୍ଦ୍ର ବେହେରା ଯୁଥ ଫର ଆକ୍ସନ ପକ୍ଷରୁ ପ୍ରକାଶ ରାଉତ, ଆଶୁତୋଷ କର, ଜନ ଦାଶ, ଦେବାଶିଷ କର, ଦୁର୍ଯ୍ୟାଧନ ବଟ, ସାଗର ସେଠୀ, ରାଜେଶ ସାମଲ, ଅଜିତ ବାରିକ, ବିକାଶ ପୃଷ୍ଟି, ତାପସ ରାଉତ, ତୁଷାର ଦାଶ, ରାଜେନ୍ଦ୍ର ସାମଲ, ସରୋଜ ଗୁଇଁ, ମଣ୍ଟୁ ପଟ୍ଟନାୟକ, ଇନ୍ଦ୍ରମଣୀ ବେହେରା, ଶୁଭେନ୍ଦୁ ରାମ, ସାର୍ଥକ ସାମଲ, ଶିଲୁ ସାହୁ, ବିଶ୍ୱନାଥ ବଶ୍ୱାଳ ଓ ଅନ୍ୟମାନେ ଯୋଗଦେଇଥିଲେ । ସୂଚନା ଥାଉକି ଜାନୁଆରି ୧୨ ତାରିଖ ବିବେକାନନ୍ଦ ଜୟନ୍ତୀ ଅବସରରେ ଭୁବନେଶ୍ୱର ସାସଂଦ ଶ୍ରମତୀ ଅପରାଜିତା ସଡଙ୍ଗୀଙ୍କ ଦ୍ୱାରା ୟୁଥ ଫର ଆକ୍ସନ ପ୍ରତିଷ୍ଠା କରାଯାଇ ବିଭିନ୍ନ ସମାଜିକ ସମସ୍ତ ଜିଲ୍ଲା ଏବଂ ବ୍ଲକ ଅଂଚଳରେ କରାଯିବ ବୋଲି ଘୋଷଣା କରାଯାଇଥିଲା ।

Related Posts

About The Author

Add Comment