ିକିଛା ପାଇଁ ଅର୍ଥ ବାଧକ,ସାହାଯ୍ୟ ପାଇଁ ନିବେଦନ

Spread the love

ଚଣ୍ଡିଖୋଲ,୧୨.୦୨ (ଆପ୍ର)-ଦୁଃଖ ଆସିଲେ ସେ ସାଙ୍ଗ ସାଥୀକୁ ନେଇକି ଆସେ ଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବନ୍ଦାଲୋ ଗ୍ରାମରେ ଏହି ଗ୍ରାମର କୈଳାଶ ରାଉତ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି କିଛିଦିନ ପୂର୍ବେ ହଠାତ ସେ ହୃଦ ରୋଗରେ ଆକ୍ରାନ୍ତ ହେଲେ ପରିବାରର ଆର୍ଥକ ଅନଟନ ଓ ଏକ ମାତ୍ର ପୁଅ ବଳରାମକୁ ମଣିଷ କରିବା ପାଇଁ ସେ ଏହାକୁ ଖାତିର ନକରି ବହୁ କଷ୍ଟ ସତ୍ତ୍ୱେ ମୂଲ ମଜୁରୀ ପାଇଁ କାମରେ ଲାଗିଲେ ବଳରାମ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ପରିବାରର ଅବସ୍ଥା ଦେଖି ମେଧାବୀ ଛାତ୍ର ହୋଇ ମଧ୍ୟ ଅଧାରୁ ପାଠ ପଢା ଛାଡି ପରିବାରର ଆବଶ୍ୟକତା ପୂରଣ କରିବା ପାଇଁ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରେ ଯୋଗଦେଲେ ଓ ବାପାଙ୍କୁ କାର୍ଯ୍ୟକୁ ନ ଯିବାକୁ ବାରଣ କଲେ ହସଖୁସିରେ କିଛି ଦିନ ଏହିପରି ଚାଲିଲା କିନ୍ତୁ ବିଧିର ବିଧାନ ଥିଲା ଅଲଗା ବଳରାମ ରାତିରେ ଶୋଇଥିବା ସମୟରେ ହଠାତ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ବିଳମ୍ବିତ ରାତ୍ରିରେ ଯନ୍ତ୍ରଣା ସହି ନପାରି ମା କୁ ଡାକି ମେଡ଼ିକାଲ ଯିବାକୁ କହିଥିଲେ ମା ମଞ୍ଜୁ ଲତା ପାଖ ପଡ଼ୋଶୀଙ୍କ ସହାୟତାରେ ପ୍ରଥମେ ବଡ଼ଚଣା ଓ ପରେ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ ସେଠାରେ ପୁଅର ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି ନ ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରିଆରେ କିଛିଦିନ ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ଦୈନିକ ୨୦ ହଜାର ଟଙ୍କା ଯୋଗାଡ କରିବାକୁ ପରାମର୍ଶ ଦେଇଥିଲେ ତାଙ୍କ ପାଖରେ ସମ୍ବଳ ନ ଥିବାରୁ ବାଧ୍ୟହୋଇ ଘରକୁ ନେଇ ଆସିଥିଲେ ଇତି ମଧ୍ୟରେ ୯ ମାସ ବିତି ଯାଇଥିବାରୁ ପୁଅର ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇ ଏବେ ସେ ଅକର୍ମଣ୍ୟ ହୋଇ ପଡିଛନ୍ତି ଏପଟେ ପୁଅର ଔଷଧ ଖର୍ଚ୍ଚ ସେପଟେ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ହୃଦ ରୋଗୀ କୈଳାସ ବାଧ୍ୟହୋଇ ମୂଲ ଲାଗିବା ପାଇଁ ଯାଉଛନ୍ତି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ଦିନେ କାମକୁ ଗଲେ ଦୁଇଦିନ ଘରେ ରହୁଛନ୍ତି ଫଳ ସ୍ୱରୂପ ଏହି ପରିବାର ଏବେ ଭୋକ ଉପାସରେ ଦିନ କାଟୁଛନ୍ତି ସରକାର ପ୍ରଶାସନ କିମ୍ବା କୋଣସି ଦାତବ୍ୟ ଅନୁଷ୍ଠାନ ସହଯୋଗ ର ହାତ ବଢ଼ାଇ ବାକୁ ବୃଦ୍ଧା ମଞ୍ଜୁଲତା ଆକୁଳ ନିବେଦନ କରିଛନ୍ତି ଏ ନେଇ ପୂର୍ବତନ ସରପଞ୍ଚ ଶ୍ରୀଚରଣ ମଳିକ ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି.

Related Posts

About The Author

Add Comment