ରାଉରକେଲା, ୦୩/୦୬ (ସନ୍ଧାନ ନିଉଜ): ଗତ ଏକ ସପ୍ତାହ ଧରି ମଝିରେ ମଝିରେ ବର୍ଷା ହେବା ଫଳରେ ହେକେଟ ରୋଡ଼ ରାସ୍ତା କାଦୁଅରେ ପୂର୍ଣ୍ଣ ହୋଇ ଯାଇଛିା ଏହା ବ୍ୟତୀତ ହେକେଟ ରୋଡ଼ ଜଳାର୍ଣ୍ଣବ ହେବା ଦ୍ୱାରା କୃତିମ ପୋଖରୀ ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ସାଧାରଣତଃ ଦକ୍ଷିଣ ରାଉରକେଲା, ସାରନଗରୀ, ଲାଠିକଟା ବ୍ଲକର ଲୋକମାନେ ନିତିଦିନିଆ କାର୍ଯ୍ୟରେ ରାଉରକେଲାର ବିଭିନ୍ନ ଅଂଚଳକୁ ଯାଇଥାନ୍ତି । ମାତ୍ର ଏହି ରାସ୍ତା ପ୍ରାୟ ୨ ବର୍ଷରୁ ଉର୍ଦ୍ଧ ହେବ ଆବଡ଼ା ଖାବଡ଼ା ହୋଇ ପଡ଼ିବା ଯୋଗୁ ଯାତ୍ରୀ ମାନଙ୍କ ପାଇଁ କାଳ ସାଜିଛି । ଦୁଇ ଚକିଆ ମୋଟର ସାଇକେଲ ଓ ସାଇକେଲରେ ଯାତ୍ରୀ ମାନେ ଏହି ରାସ୍ତା ଦେଇ ଯିବା ସମୟରେ ଅନେକ ସମୟରେ ବିପଦର ସମ୍ମୁଖୀନ ହୋଇ ଦୁର୍ଘଟଣାର ଶୀକାର ହେବା ନଜିର ରହିଛି । ବର୍ତମାନ ବର୍ଷାରେ ଏଠାରେ କୃତିମ ପୋଖରୀ ସୃଷ୍ଟି ହେବା ଯୋଗୁ ବହୁ କଷ୍ଟରେ ଲୋକେ ରାସ୍ତାରେ ଯିବା ଆସିବା କରିବା ଦେଖିବାକୁ ମିଳୁଛି । ଏହି ରାସ୍ତାକୁ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।
ହେକେଟ୍ ରୋଡ଼ରେ କୃତିମ ପୋଖରୀ, ଯାତ୍ରୀ ପ୍ରଭାବିତ
|
July 3, 2020 |
